Wednesday, July 22, 2026
Home ଆଞ୍ଚଳିକ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ

13

ବାଲେଶ୍ୱର,୧୦/୦୩/୨୧(ଜିଲ୍ଲା ଖବର) : ବାଲେଶ୍ୱରରେ ପୁଣି ଧରାପଡିଲା ଧଳାଜହର କାରବାର । ଲକ୍ଷ୍ମଣନାଥ ତନଖି ଫାଟ ନିକରୁ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତର ନାଁ ଶେଖ ମୁନାଫ । ଏନେଇ STF SPଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଯୁବକଙ୍କୁ ପଚରାଉଚରା ଚାଲିଛି । ରାଜ୍ୟର କେଉଁ ସବୁ ଜିଲ୍ଲାକୁ ଚାଲାଣ ହେଉଥିଲା ? କେଉଁଠୁ ଆଣୁଥିଲେ ? କିଏ ଏହାର ମାଷ୍ଟରମାଇଣ୍ଡ ? ବ୍ରାଉନସୁଗର ରାକେଟରେ ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ? ଏସବୁ ଦିଗରେ ଖୋଳତାଡ ଚଳାଇଛି ଏସଟିଏଫ୍ ।