୧୦/୦୩/୨୧(ଜିଲ୍ଲା ଖବର) : ଆଜି ନନ୍ଦିଗ୍ରାମ ଆସନରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ପୂର୍ବରୁ ନନ୍ଦିଗ୍ରାମରେ ପହଞ୍ଚିଛନ୍ତି ଦିଦି । ଦଳୀୟ ନେତା ଓ କର୍ମୀଙ୍କୁ ନେଇ ନନ୍ଦିଗ୍ରାମରେ କରିଛନ୍ତି ପ୍ରିନୋମିନେସନ ରାଲି । ନିର୍ବାଚନ ପାଇଁ ନନ୍ଦିଗ୍ରାମରେ ଏକ ଘର ଭଡା ନେଇଛନ୍ତି ମମତା । ନନ୍ଦିଗ୍ରାମ ହିଁ ମଡେଲ ଅଞ୍ଚଳରେ ପରିଣତ ହେବ ବୋଲି କହିଛନ୍ତି ମମତା ବାନାର୍ଜୀ । ନନ୍ଦିଗ୍ରାମ ଆସନରୁ ହିଁ ୨୦୧୧ରେ ମା, ମାଟି ଓ ମାନୁଷର ନାରା ଦେଇ ବାମ ସରକାରର ପତନ ଘଟାଇଥିଲେ ମମତା । ସେତେବେଳେ ମମତାଙ୍କ ଡାହାଣ ହାତ ଥିବା ଶୁଭେନ୍ଦୁ ଅଧିକାରୀ ଟିଏମସି ପାଇଁ ଗଡ ଜଗିଥିଲେ । କିନ୍ତୁ ଶୁଭେନ୍ଦୁ ଏବେ ଦିଦିଙ୍କ ବିରୋଧରେ ବିଜେପିରେ ମିଶିଛନ୍ତି । ଏଭଳି ସ୍ଥିତିରେ ଶୁଭେନ୍ଦୁଙ୍କୁ ଚ୍ୟାଲେଞ୍ଜ ଦେବା ସହ ବିଜେପିକୁ ଜବାବ ଦେବାକୁ ନନ୍ଦିଗ୍ରାମକୁ ଗଡ଼ କରିଛନ୍ତି ମମତା । ସେପଟେ ଆସନ୍ତା ଶୁକ୍ରବାର ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଶୁଭେନ୍ଦୁ ନାମାଙ୍କନ ରାଲିରେ ସାମିଲ ହେବେ ।






