Sunday, November 15, 2026
Home ଆଞ୍ଚଳିକ ବନ୍ଦ ହେଲା ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି

ବନ୍ଦ ହେଲା ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି

25

ଭୁବନେଶ୍ୱର, ୧୦/୦୩/୨୧(ଜିଲ୍ଲା ଖବର) : ବନ୍ଦ ହୋଲା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି । ପରମ୍ପରା ରକ୍ଷା ନେଇ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବ୍ରାହ୍ମଣ ନିଯୋଗ । ବ୍ରାହ୍ମଣ ନିଯୋଗ ଆଜି ସେବାରେ ଅସହଯୋଗ କରିଛନ୍ତି। ଜାଗରର ଦିନକ ପୂର୍ବରୁ ସେବାୟତଙ୍କ ଅସହଯୋଗ ପାଇଁ ରୋଷ ହୋମ ଠାରୁ ନୀତି କାନ୍ତି ବନ୍ଦ ରହିଛି । ଏ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। କପିଳ ନାଥ ସେବାୟତ ଓ ଶ୍ରୀ ଲିଙ୍ଗରାଜଙ୍କ ସେବାୟତ ଭିତରେ ବିବାଦ ଲାଗି ଦୀର୍ଘ ବର୍ଷ ଧରି ପରମ୍ପରା ଭାଙ୍ଗି ଆସୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସେବାୟତ ଅଭିଯୋଗ କରିଛନ୍ତି ।