Home ଆଞ୍ଚଳିକ ଆଜି 12 ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା

ଆଜି 12 ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା

11

ବଲାଙ୍ଗିର,୧୦/୦୩/୨୧(ଜିଲ୍ଲା ଖବର) : ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଆଜି 12 ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା ଦିଆଯାଇଛି । ଲୋଇସିଂହାକୁ ଏନଏସି ମାନ୍ୟତା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ବୁଖରେ ଚାଲିଥିବା ଗଣଧାରଣା ଆଜିକୁ ୧୫ ଦିନରେ ପହଞ୍ଚିଛି । ଆନ୍ଦୋଳନରେ ଦଳମତ ନିର୍ବିଶେଷରେ ସ୍ଥାନୀୟ ପ୍ରାୟ ୨୦ ଟି ସଂଗଠନ ସାମିଲ ଅଛନ୍ତି । ଆଜି ଲୋଇସିଂହାର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ,ବ୍ୟାଙ୍କ ବନ୍ଦ ରଖାଯିବା ସହିତ ସମ୍ବଲପୁର – ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରି ଚକାଜାମ କରା ଯିବାର ସୂଚନା ମିଳିଛି ।