Sunday, November 15, 2026
Home ଆଞ୍ଚଳିକ ଶିବରାତ୍ରି କୋଭିଡ କଟକଣା ଅନୁଯାୟୀ ନ ପାଳିବାକୁ ରାୟଗଡା ଜିଲ୍ଲାପାଳ ...

ଶିବରାତ୍ରି କୋଭିଡ କଟକଣା ଅନୁଯାୟୀ ନ ପାଳିବାକୁ ରାୟଗଡା ଜିଲ୍ଲାପାଳ ଦେଇଥିବା ନିର୍ଦେଶ କୁ ବିରୋଧ କଲେ ଜିଲ୍ଲାର ସମସ୍ତ ଶୈବପୀଠର ପୂଜକ ଶିବରାତ୍ରି କୁ କଳା ଦିବସ ଭାବେ ପାଳିବାକୁ ଚେତାବନୀ

92

ବିଷମକଟକ,୯/୦୩(ଜିଲ୍ଲା ଖବର) : ରାୟଗଡା ଜିଲ୍ଲାର ସମସ୍ତ ଶୈବପୀଠ ର ପୂଜକ ମାନେ ପବିତ୍ର ଶିବରାତ୍ରି କୁ କୋଭିଡ କଟକଣା ର ଦ୍ୱାହି ଦେଇ ବନ୍ଦ କରୁଥିବା ପ୍ରତିବାଦ ରେ ତୁରନ୍ତ ଏହି କଟକଣା ହଟାଇବାକୁ ଦାବିକରି ଏକ ଦାବିପତ୍ର ରାୟଗଡା ଜିଲ୍ଲାପାଳ ସରୋଜ ମିଶ୍ର ଙ୍କ ଉଦେଶ୍ୟରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ ସେମାନେ ଅଭିଯୋଗ କରିଥିଲେ କି ରାଜ୍ୟ ସରକାର ଜାଣି ଶୁଣି ମନ୍ଦିର ମଠ ପୂଜକ ଙ୍କୁ ହଇରାଣ କରିବା ସହ ପବିତ୍ର ଶିବରାତ୍ରି ରେ ଶ୍ରଦ୍ଧାଳୁ ଙ୍କୁ କୋଭିଡ ର ଦ୍ୱାହି ଦେଇ ବନ୍ଦ କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ତାହା ଅତ୍ୟନ୍ତ ଅନ୍ୟାୟ ଏବଂ ଏହାକୁ ସେମାନେ ଘୋର ନିନ୍ଦା ମଧ୍ୟ କରୁଛନ୍ତି ଯଦି ପବିତ୍ର ଶିବରାତ୍ରି ରେ ଶ୍ରଦ୍ଧାଳୁ ଭିଡ଼ କରି ଭଗବାନ ଶିଵ ଙ୍କ ଦର୍ଶନ କଲେ କରୋନା ହେଉଛି ତେବେ ରାଜ୍ୟ ସରକାର କିପରି ବିଜୁ ଜୟନ୍ତୀ ଏବଂ ମହିଳା ଦିବସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରଖୁ ଛନ୍ତି ତେଣୁ ରାଜ୍ୟ ସରକାର କୋଭିଡ କଟକଣା କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ମନ୍ଦିର ପୂଜକ ସଙ୍ଘ ।