
ବୁଗୁଡା,୯/୩(ଜିଲ୍ଲା ଖବର) : ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ପରିମାଣ ଟୀକା ଗଚ୍ଛିତ ନଥିବା ଯୋଗୁଁ ବରିଷ୍ଠ ନାଗରିକ ଓ ୪୫-୫୯ ବର୍ଷର ଆବଶ୍ୟକ ବ୍ୟକ୍ତିଙ୍କୁ ଟିକା ଦାନ ସାମୟିକ ଭାବେ ବନ୍ଦ ରହିବ ବୋଲି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି। ଟୀକା ପହଞ୍ଚିବା ପରେ ଟୀକା ଦେବା ତାରିଖ ଘୋଷଣା କରାଯିବ। ବର୍ତ୍ତମାନ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁ ପରିମାଣର ଟୀକା ଗଚ୍ଛିତ ଅଛି ତାହା କେବଳ କୋଭିଡ ଯୋଦ୍ଧା ବୁବୁଡ଼ା ପୋଲିସ କର୍ମଚାରୀ ଏବଂ ବାଲିପଦର ଓ ମାଣିତରା ମେଡ଼ିକାଲ କର୍ମଚାରୀଙ୍କ ଦ୍ଵିତୀୟ ଟିକା ଦେବା ପାଇଁ ହୋଇପାରିବ। ଗଞ୍ଜାମ ଜିଲ୍ଲା ମୁଖ୍ୟ ଟୀକା କେନ୍ଦ୍ର ସହ ବିପିଏମ ଶ୍ରୀ ପ୍ରଧାନ ଦୈନିକ ଦୁଇ ଥର ଯୋଗାଯୋଗ ରଖିଛନ୍ତି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଟୀକା ଗଚ୍ଛିତ ନାହିଁ। ମାର୍ଚ୍ଚ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବ୍ରହ୍ମପୁରକୁ ଟୀକା ଆସିନଥିବା ବେଳେ ଆସିବା ପରେ ସଙ୍ଗେ ସଙ୍ଗେ ଟୀକା ଦେବାର ବ୍ୟବସ୍ଥା କରାଯିବ। ସେହି ସମୟ ପର୍ଯ୍ୟନ୍ତ ଜନସାଧାରଣ ଧର୍ଯ୍ୟର ସହ ସହଯୋଗ କରିବାକୁ ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନା, ମେଡ଼ିକାଲ ଅଫିସର ଡାକ୍ତର ଶ୍ରୀ ପାଣିଗ୍ରାହୀ ଓ ବିପିଏମ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏଥିସହ ଜନସାଧାରଣ ଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସୋମବାର ଠାରୁ ଶୁକ୍ରବାର ପାଞ୍ଚ ଦିନ ପାଇଁ ଟୀକା ଦେବାକୁ ସ୍ଥିର ହୋଇଥିବା ବେଳେ ଏହି ପାଞ୍ଚ ଦିନ ମଧ୍ୟରେ ଯଦି ସରକାରୀ ଛୁଟି ପଡେ ତେବେ ସେହି ଦିନ ଟୀକା ଦିଆଯିବ ନାହିଁ।
ରିପୋର୍ଟ,ରତ୍ନାକର ମହାରଣା


