
ଖୋର୍ଦ୍ଧା,୯/୦୩(ଜିଲ୍ଲା ଖଵର) : ଜାଭିୟର ବିଶ୍ୱବିଦ୍ୟାଳୟ ଭୂବନେଶ୍ୱରର ଜଟଣୀସ୍ଥିତ ନିଜିଗଡକୁରକ୍ଷୀଠାରେ ସୋମବାର ଆନ୍ତର୍ଜାତିକ ମହିଳାଦିବସ ଆୟୋଜିତ ହୋଇଥିଲା । ଏହି ଉତ୍ସବ ସଂପୁର୍ଣ୍ଣ ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟବକ୍ତାଭାବେ ଡା. ଭି ବିଜୟ କୁମାର ଯୋଗଦେଇ ମହିଳା ଦିବସରେ ସମାଜରେ ମହିଳାମାନଙ୍କ ଗୁରୁତ୍ୱ ଉପରେ ମତପୋଷଣ କରିଥିଲେ । ଏଥି ସହିତ ଅନ୍ୟତମ ଅତିଥୀଭାବେ ଡାକ୍ତ୍ଟର ଲିତା ମହାପାତ୍ର ,ସୁକର୍ତୀ ପଟ୍ଟନାୟକ,ଲିଲା ବୋର୍ଡିଆ,ରୀମା ଧାୱନ୍ ପ୍ରମୁଖ ଏହି ଭର୍ଚୁଆଲ ବୈଠକରେ ଯୋଗଦେଇ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସମାଜର ମୂଖ୍ୟ ସ୍ରୋତରେ ସେମାନେ କିପରି ପହଁଚିଛନ୍ତି, ସେନେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ । ଏଥିରେ ମହିଳାମାନଙ୍କ ସଶକ୍ତିକରଣ ଏବଂ ଉଦ୍ୟୋଗୀ ଭିତିକ ଆଲୋଚନା ମୂଖ୍ୟ ପ୍ରସଙ୍ଗ ରହିଥିଲା । ଏହି ଅବସରରେ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଫାକଲ୍ଟି ମେମ୍ବରମାନେ ଉପସ୍ଥିତ ରହିଥିଲେ ।
ରୀପୋର୍ଟ ,ସଞ୍ଜୀବ କୁମାର


