Wednesday, November 11, 2026
Home ଆଞ୍ଚଳିକ ଆଜି ଦାୟିତ୍ୱ ନେବେ ନବ ନିଯୁକ୍ତ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

ଆଜି ଦାୟିତ୍ୱ ନେବେ ନବ ନିଯୁକ୍ତ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

29

ଭୁବନେଶ୍ୱର ,୦୯/୦୩/୨୧ (ଜିଲ୍ଲା ଖବର) :  ଆଜି ଦାୟିତ୍ୱ ନେବେ ଟୁଇନସିଟିର ନବ ନିଯୁକ୍ତ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତକାଲି ତାଙ୍କୁ ନୂଆ ନିଯୁକ୍ତି ମିଳିଥିଲା । ଆଜି ଦିନ 3ଟା ସମୟରେ ସୌମେନ୍ଦ୍ର ଏହି ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହ ଅନେକ ପୋଲିସ କର୍ମଚାରୀ ସ୍ୱାଗତ ଜଣାଇବେ । ଅନ୍ୟପଟେ ଆଜି ବର୍ତ୍ତମାନର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ବିଦାୟ ଦିଆଯିବ । ୧୯୯୫ ବ୍ୟାଚ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏଡିଜି ଥିଲେ । ନୂଆ ପୋଲିସ କମିଶନରଙ୍କ ଆଗରେ ଚ୍ୟାଲେଞ୍ଜ କଟକ-ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ । ଦିନକୁ ଦିନ ଲୁଟ, ଡକାୟତ ଭଳି ଘଟଣା ଘଟୁଛି । ଏହା ଏହାକୁ ରୋକିବା ତାଙ୍କ ପାଇଁ ଚ୍ୟାଲେଞ୍ଜ । ଅଭିଜ୍ଞ ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ କଟକ ଏସପି, କଟକ ଡିସିପି, ପୁରୀ ଏସପି ଓ କେନ୍ଦ୍ରାଞ୍ଚଳ ଆଇଜି ଥିଲେ ।