Sunday, November 15, 2026
Home ଆଞ୍ଚଳିକ ଗୁଣି ଗାରେଡି ସନ୍ଦେହରେ ହତ୍ୟା ମାମଲାରେ 6 ଗିରଫ

ଗୁଣି ଗାରେଡି ସନ୍ଦେହରେ ହତ୍ୟା ମାମଲାରେ 6 ଗିରଫ

15

ରାୟଗଡ଼ା, ୦୯/୦୩/୨୧ (ଜିଲ୍ଲା ଖବର) : ରାୟଗଡ଼ାରେ ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ମାମଲା ।  6 ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ହତ୍ୟା ଅଭିଯୋଗରେ ରାୟଗଡା ପଦ୍ମପୁର ପୋଲିସ ପାଜିଲିବନ୍ଧ ଗାଁର 6 ଜଣଙ୍କୁ ଗିରଫ କରିଛି ।  ଏହି ହତ୍ୟାକାଣ୍ଡରେ ଆହୁରି  ଅନେକ ଲୋକ ସମ୍ପୃକ୍ତ ଥିବା ନେଇ ଅନୁସନ୍ଧାନ ଜାରି ରହିଛି । ଯୋଜନା ବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇବା, ପ୍ରମାଣ ନଷ୍ଟ କରିବା ଭଳି ମାମାଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବିଷମ କଟକ SDPO ସୂଚନା ଦେଇଛନ୍ତି  ।  ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଧରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି  ।

ଗିରଫ ସମସ୍ତ 6 ଜଣ ବାହାରକୁ ଚାଲି ଯିବାକୁ ଉଦ୍ୟମ କରୁଥିବା ସମୟରେ ଗୁଇବନ୍ଧ ଗ୍ରାମ ନିକଟରୁ ଧରା ଯାଇଥିବା ପୋଲିସ ସୂଚନା ଦେଇଛି । ଅଭିଯୋଗ ଅନୁସାରେ ପାଜିଲିବନ୍ଧ ଗାଁ ନିକଟ ନାଳ ପାଖରେ 58 ବର୍ଷୀୟ ରାମ ମୁଳି ଏବଂ ତାଙ୍କ ପତ୍ନି ମାୟା ମୁଳି କୁଡିଆ କରି ବାସ କରୁଥିଲେ । ଫେବୃୟାରୀ 26 ତାରିଖରେ କିଛି ଦୁବୁର୍ତ୍ତ ରାମ ମୁଳିଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ । ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ଜାଳି ଦେଇ ହାଡ ପାଉଁଶକୁ ନାଳରେ ଫୋପାଡି ଦେଇଥିଲେ । ତେବେ ଏହି ହତ୍ୟାକାଣ୍ଡ ଗୁଣି ଗାରେଡ଼ି ସନ୍ଦେହରେ କରାଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।