Sunday, November 15, 2026
Home ଆଞ୍ଚଳିକ ଜଳିଗଲା ଚଳନ୍ତା କାର

ଜଳିଗଲା ଚଳନ୍ତା କାର

13

 ଢେଙ୍କାନାଳ , ୦୯/୦୩/୨୧ (ଜିଲ୍ଲା ଖବର) : ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଲେ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗ୍ରାମ ନିକଟରେ । ସେହିଗ୍ରାମର ସୁଶାନ୍ତ କୁମାର ପୃଷ୍ଟି ନିଜ କାରରେ ପଣ୍ଡୁଆ ଛକରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଘର ନିକଟରେ କାର ଇଞ୍ଜିନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ସେ ସେଥିରୁ ବାହାରି ଆସିଥିବା ବେଳେ କାର ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ତେବେ କେଉଁ କାରଣରୁ କାରଟିରେ ନିଆଁ ଲାଗିଲା ତାହା ଜଣା ପଡ଼ିନାହିଁ ।