Monday, November 16, 2026
Home ମୁଖ୍ୟ ଖବର କୋଏଲାଘାଟି ବିଲଡିଂରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

କୋଏଲାଘାଟି ବିଲଡିଂରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

16

୦୯/୦୩/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗର ଷ୍ଟ୍ରାଣ୍ଡ ରୋଡରେ ଥିବା ରେଳବାଇ ବିଭାଗର ନୂଆ କୋଏଲାଘାଟି ବିଲଡିଂରେ ନିଆଁ ଲାଗିବା ଘଟଣା । ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ବିଲଡିଂର 13ତମ ମହଲାରେ ଗତକାଲି ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହାକୁ ଆୟତ୍ତ କରିବାକୁ ଯାଇ 4 ଜଣ ଅଗ୍ନିଶମ କର୍ମଚାରୀ, 2 ଆରପିଏଫ ଓ ଜଣେ ଏଏସଆଇଙ୍କୁ ମିଶାଇ 9 ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି 2 ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। କୋଏଲାଘାଟି ବିଲଡିଂକୁ ରେଳବାଇ ପକ୍ଷରୁ ହାଉସ ଅଫିସ ଭାବେ ବ୍ୟବହାର କରାଯାଉଥିଲା। ଅଗ୍ନିଶମ କର୍ମଚାରୀ, ଆରପିଏଫ ଓ ଜଣେ ଏସ୍‌ଆଇଙ୍କ ପରିଚୟ ମିଳିଥିବା ବେଳେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ । ଲିଫ୍ଟ ଦ୍ୱାରା ମୃତାହତମାନେ ନିଆଁକୁ ଆୟତ୍ତ କରିବା ପାଇଁ 11ତମ ମହଲାରେ ପହଞ୍ଚିଥିଲେ। ଏହି ସମୟରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ସମସ୍ତଙ୍କର ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ପ୍ରାୟ 6.10ରେ ବିଲ୍ଡିଂର 13ତମ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା । 10ଟି ଦମକଳ ବାହିନୀ ଓ ରେଳବାଇ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିଲା। ମୃତକଙ୍କ ପରିବାରଙ୍କ ପାଇଁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ର ମମତା ବାନାର୍ଜି ।