Sunday, November 15, 2026
Home ଆଞ୍ଚଳିକ ଜଟଣୀ ସ୍ଥିତ ଭୁବନେଶ୍ବର ଆଇଆଇଟି ପରିସରରେ ଥିବା ଜଙ୍ଗଲରେ ଆଜି ନିଆଁ

ଜଟଣୀ ସ୍ଥିତ ଭୁବନେଶ୍ବର ଆଇଆଇଟି ପରିସରରେ ଥିବା ଜଙ୍ଗଲରେ ଆଜି ନିଆଁ

21

ଜଟଣୀ,୮/୦୩(ଜିଲ୍ଲା ଖବର) : ଓଡ଼ିଶା ର ବିଭିନ୍ନ ଜଙ୍ଗଲ ରେ ନିଆଁ ଲାଗି ଲିଭି ନଥିଲା ବେଳେ ଜଟଣୀ ସ୍ଥିତ ଭୁବନେଶ୍ବର ଆଇଆଇଟି ପରିସରରେ ଥିବା ଜଙ୍ଗଲରେ ଆଜି ନିଆଁ ଲାଗିଛି। ଏହି ନିଆଁ ଅରୁଗୁଳ ରାସ୍ତା ଜଟିଆଣୀ ମନ୍ଦିର ନିକଟ ଆଇଆଇଟି ପ୍ରାଚୀର ଭିତରେ ଶୁଖିଲା ଗଛ ପତ୍ର ହୁହୁ ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଏନେଇ ଆଇଆଇଟି ସୁରକ୍ଷା କର୍ମୀମାନେ ଜଟଣୀ ଦମକଳ ବାହିନୀ କୁ ଖବର ଦେଇଥିଲେ। ଦୁଇଟି ଦମକଳ ଗାଡ଼ି ପାଣି ପକାଇ ଥିଲେ ହେଲେ ନିଆଁ ଆୟତ୍ତ ହୋଇ ପାରିନଥିଲା। ଏହି ଘଟଣା ଅପରାହ୍ନ ୪ଟା ରୁ ଆରମ୍ଭ ହୋଇ ଥିବା ବେଳେ ଖବର ଲେଖା ହେଲା ପର୍ଯ୍ୟନ୍ତ ଆଇଆଇଟି ନିଜଶ୍ବ ପାଣି ଟାଙ୍କି ବ୍ୟବହାର କରି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ମଧ୍ୟ ନିଜର କାର୍ଯ୍ୟ ଚାଲୁରଖିଛି। ପ୍ରାୟ ୨ ଏକର ପରିମିତ ଜଙ୍ଗଲ ପୋଡ଼ି ଯାଇଥିବା ସହ କେତେକ ଗଛ ଜଳିଯାଇଥିବା କୁହାଯାଉଛି।

ରିପୋର୍ଟ, ସଞ୍ଜୀବ କୁମାର