Saturday, November 14, 2026
Home ଆଞ୍ଚଳିକ ଚନ୍ଦ୍ରପୁରର ମିନାଝୋଲା ଶୈବ୍ୟ ପୀଠରେ ଉଦଘାଟିତ ହେଲା ବାବାଙ୍କ ପ୍ରିୟ ବାହାନ ବିଶାଳ ନନ୍ଦୀ ବିଗ୍ରହ

ଚନ୍ଦ୍ରପୁରର ମିନାଝୋଲା ଶୈବ୍ୟ ପୀଠରେ ଉଦଘାଟିତ ହେଲା ବାବାଙ୍କ ପ୍ରିୟ ବାହାନ ବିଶାଳ ନନ୍ଦୀ ବିଗ୍ରହ

27

ଚନ୍ଦ୍ରପୁର,୮/୦୩(ଜିଲ୍ଲା ଖବର) : ଉପରେ ଅନନ୍ତ ନୀଳ ଆକାଶ,ତଳେ ଚାଉଳଧୁଆ,ଫଳଫଳିଆ ଓ ବଂଶଧାରା ନଦୀର ତ୍ରିବେଣି ସଂଗମର ନୀଳ ଜଳରାଶି,ଚତୁର୍ଦିଗ ନୀଳ ନୀଳ ପର୍ବତମାଳା ଆଉ ସବୁଜ ବନାନୀର ଅପୂର୍ବ ସମାହାର,ଏହାରି ମଧ୍ୟରେ କେଉଁ ଅନନ୍ତ କାଳରୁ ନଦୀର ପ୍ରସ୍ତର ଶଯ୍ୟାରେ ବିରାଜମାନ ଦେବଦେବ ମହାଦେବ ବାବା ମିନିକେଶ୍ବର।ରାୟଗଡା ଠାରୁ ୧୪୦କିଲୋମିଟର ଦୂର ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁର ପଞ୍ଚାୟତରେ ଏହି ପୁରାଣ ପ୍ରସିଦ୍ଧି ଅନେକ କିମ୍ବଦନ୍ତୀର ଆଧ୍ୟାତ୍ମିକ ଶୈବ୍ୟପୀଠ ମିନାଝୁଲା।ନଦୀର ସଙ୍ଗମ ସ୍ଥଳରେ ପ୍ରଭୁ ମୀନ ରୂପରେ ବାସ କରୁଥିବାରୁ ମିନେକେଶ୍ବର ନାମ ହୋଇଥିବା ଲୋକମୁଖରୁ ଜଣାଯାଏ।ଏହି ମନ୍ଦିରର ବିଶେଷ ପ୍ରାଧାନ୍ୟ ହେଉଛି ଏଠାକୁ ନିଷନ୍ତାନ ଦାମ୍ପତି ଜାଗର ଯାତ୍ରା ସମୟରେ ସନ୍ତାନ ପ୍ରାପ୍ତି ପାଇଁ ଆସିଥାନ୍ତି।ଅନେକ ସମୟରେ ଅନେକ ନିଷନ୍ତାନ ଦମ୍ପତି ସନ୍ତାନ ପ୍ରାପ୍ତି ପରେ ଭଗବାନଙ୍କ ପାଖକୁ ଆସି ମାନସିକ ବିଧି ପୂରଣ କରୁଥିବା ଦେଖିବାକୁ ମିଳିଥାଏ। ଭଗବାନ ଶିବ ସର୍ବ ସାଧାରଣ,ସବୁବର୍ଗର ଭକ୍ତଙ୍କୁ ଦର୍ଶନାର୍ଥେ ମନ୍ଦିରର ଚାରିକାନ୍ଥଯୁକ୍ତ ଭବ୍ୟ ମନ୍ଦିର ପରିବର୍ତ୍ତେ ପଞ୍ଚଭୂତ ପରିବେଶ ମଧ୍ୟରେ ପୂଜିତ ହେବାକୁ ଶ୍ରେୟ ମଣିଲେ।ଆଜିକାଲି ରାୟଗଡା ଜିଲ୍ଲାର ପ୍ରମୁଖ ଶୈବପୀଠ ଭାବେ ମିନାଝୁଲାର ମିନକେଶ୍ୱର ଶୋଭା ପାଉଛନ୍ତି।ଏହି ପୀଠର ଅନେକ ଅସୁବିଧା ମଧ୍ୟରେ ଭଗବାନଙ୍କ ବାହାନ ପ୍ରିୟ ନନ୍ଦୀ(ବୃଷଭ)ଙ୍କ ବିଗ୍ରହ ର ଅଭାବ ଶୈବଭକ୍ତ ମାନେ ଅନୁଭବ କରୁଥିଲେ।ଏବେ ଏହି ପୀଠର ପୂଜକ,ସ୍ଥାନୀୟ ପ୍ରଶାସକ,ପଂଞ୍ଚାୟତ ପ୍ରତିନିଧି
ଭକ୍ତ ଓ ସାଧାରଣ ଦର୍ଶନାର୍ଥୀଙ୍କ ଉଦ୍ୟମକ୍ରମେ ନନ୍ଦୀ ଦେବଙ୍କ ବିଶାଳ ପ୍ରତିମା ନିର୍ମାଣ ସହ ସର୍ବସାଧାରଣ ଦର୍ଶନାର୍ଥେ ଉନ୍ମୋଚିତ ହୋଇଯାଇଛି।ସ୍ଥାନୀୟ ଲୋକପ୍ରିୟ ତହସିଲଦାର ଶ୍ରୀଯୁକ୍ତ ଲାଷ୍ମୀନାରାୟଣ ସାବତ,ଚନ୍ଦ୍ରପୁର ଥାନାଧିକାରୀ ମୁକୁନ୍ଦଦେବ ନାୟକ,ସରପଞ୍ଚ କାଉମୁନି ଓ ଆର ଆଇ ବାପୁନ ବେହେରାଙ୍କ କରକମଳରେ ଉଦଘାଟିତ ଏହି ବିଶାଳ ପ୍ରତିମାକୁ ସଭିଙ୍କ ଦର୍ଶନ ନିମନ୍ତେ ବିଧି ବିଧାନର ସହ ଲୋକାର୍ପଣ କରାଯାଇଛି।ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତ ସମାଗମ ଉପରେ ଲଗାମ ଲଗା ଯାଇଥିବା କାରଣରୁ ବାବାଙ୍କ ପୂଜାବିଧି ପୂଜକ ମାନଙ୍କ ମଧ୍ୟରେ ସୀମିତ ରହିବ ବୋଲି ସ୍ଥାନୀୟ ପ୍ରଶାସକଙ୍କ ଠାରୁ ଜଣାଯାଏ।ଏଥିପାଇଁ ଜିଲାପାଳ ମହୋଦୟ କଟକଣା ଲାଗୁ କରିଥିବା ଜଣାଯାଏ।ବହୁତ ଆକର୍ଷଣୀୟ ପ୍ରିୟ ନନ୍ଦିଦେବଙ୍କ ବିଶାଳ ପ୍ରତିମାକୁ ଦେଖିବା ପାଇଁ ଚଳିତ ବର୍ଷ ଅସମ୍ଭବ ଭିଡ଼ ଆଶା କରାଯାଉଥିଲା।ନନ୍ଦିଦେବଙ୍କ ଭବ୍ୟ ଦିବ୍ୟ ପ୍ରତିମୂର୍ତ୍ତି ସ୍ଥାପନରେ ସ୍ଥାନୀୟ ଅଞ୍ଚଳରେ ଶିବମୟ ପରିବେଶ ସୃଷ୍ଟି ହୋଇଛି।