Sunday, November 15, 2026
Home ଆଞ୍ଚଳିକ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ

77

ଖୋର୍ଦ୍ଧା,୮/୦୩(ଜିଲ୍ଲା ଖବର) : ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ସାନିଟାରୀ ନାପକିନ୍ ପ୍ୟାକେଟ୍, ପିପିଇ କିଟ୍ ଏବଂ ମାସ୍କକୁ ବିକ୍ରୟ ପାଇଁ ଗୋଟିଏ ଗୋଟିଏ କିଓସ୍କ ସ୍ଥାପନ କରାଯାଇଛି ।

ଟ୍ରେନରେ ଯାତ୍ରା କରୁଥିବା ମହିଳା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପାଇଁ ଏହା ଏକ ପଦକ୍ଷେପ |

 ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଭାରତୀୟ ରେଳର ପ୍ରଥମ ଦୁଇଟି ରେଳ ଷ୍ଟେସନ ଯେଉଁ ଠାରେ ଏହି କିଓସ୍କ ସ୍ଥାପିତ ହୋଇଛି |

 ନୂତନ ଅଭିନବ ଅଣ-ଭଡା ରାଜସ୍ୱ ଯୋଜନା (NINFRIS) ଅଧୀନରେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ |

“ଆନ୍ତର୍ଜାତୀୟ ମହିଳା ଦିବସ” ଉପଲକ୍ଷେ ବିଭିନ୍ନ ପ୍ରକାର ଏବଂ ଆକାରର ସାନିଟାରୀ ନାପକିନ୍ ପ୍ୟାକେଟ୍ ବିତରଣ ପାଇଁ ଗୋଟିଏ କିଓସ୍କ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ଦ୍ୱିତୀୟ ଶ୍ରେଣୀ ମହିଳା ପ୍ରତିକ୍ଷାଳୟ ନିକଟରେ ପିପିଇ କିଟ୍ ଏବଂ ମାସ୍କ ସ୍ଥାପନ କରାଯାଇଛି |

   ପୂର୍ବ ତଟ ରେଳର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସ°ଗଠନ (ECORWWO) ର ଅନ୍ୟ ସଦସ୍ୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଉପସ୍ଥିତିରେ  ମହିଳା କଲ୍ୟାଣ ସଂଗଠନ (ECORWWO) ର ସଭାନେତ୍ରୀ ଶ୍ରୀମତୀ ପୁର୍ଣ୍ଣିମା ସିଂହଙ୍କ ଦ୍ୱାରା ଏହି କିଓସ୍କ ଉଦ୍ଘାଟନ କରାଯାଇଥିଲା |ଏହାର ଉଦ୍ଦେଶ୍ୟ ହେଉଛି ଟ୍ରେନ୍ ରେ ଯାତ୍ରା କରୁଥିବା ମହିଳା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପାଇଁ ସୁବିଧା ଯୋଗାଇବା | ଏହି କିଓସ୍କ ରେ ଉପଲବ୍ଧ ମାସ୍କ ଏବଂ ପିପିଇ କିଟ୍ ଯାତ୍ରୀମାନଙ୍କୁ କରୋନା ଭାଇରସ୍ ସ°କ୍ରମଣ ବିସ୍ତାରରୁ ରକ୍ଷା କରିବାରେ ସହଜ କରିବ |ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ସମାନ ପ୍ରକାରର କିଓସ୍କ ସ୍ଥାପନ କରାଯାଇଛି | ଭାରତୀୟ ରେଳରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନ ହେଉଛି ପ୍ରଥମ ରେଳ ଷ୍ଟେସନ ଯେଉଁ ଠାରେ ଯାତ୍ରୀମାନଙ୍କ ପାଇଁ ଏହି କିଓସ୍କ ସ୍ଥାପିତ ହୋଇଛି । ନୂତନ ଅଭିନବ ଅଣ-ଭଡା ରାଜସ୍ୱ ଯୋଜନା ରେ ଏହା ଗ୍ରହଣ କରାଯାଇଛି  |

ଏହି କିଓସ୍କର ସେବା ଭୁବନେଶ୍ୱରର “ମେସର୍ସ ସ୍ୱରାଜ ଭେଣ୍ଡିଂ ଇଣ୍ଡଷ୍ଟ୍ରିଜ୍” ଦ୍ୱାରା ପ୍ରଦାନ କରାଯାଇଛି | ଆଗାମୀ ଦିନରେ ପୁରୀ, କଟକ ଏବଂ ବ୍ରହ୍ମପୁର ରେଳ ଷ୍ଟେସନରେ ସେହିଭଳି କିଓସ୍କ ର ସେଵା ଯୋଗାଇ ଦିଆଯିବ |

ମହାମାରୀ କୋଭିଡ୍-19 ସମୟରେ ଯାତ୍ରୀମାନଙ୍କୁ ଏକ ଆରାମଦାୟକ ଏବଂ ନିରାପଦ ଯାତ୍ରା ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପ୍ରତ୍ୟେକ ନୂତନ ଉପାୟ ଏବଂ ଯୋଜନା ଗ୍ରହଣ କରୁଛି |

ରୀପୋର୍ଟ ,ସଞ୍ଜୀବ କୁମାର