
ଖୋର୍ଦ୍ଧା,୮/୦୩(ଜିଲ୍ଲା ଖବର) : ଜଟଣୀ ସ୍ଥାନୀୟ ନାରାୟଣୀ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏନ୍ ଆଇଟି) ପକ୍ଷରୁ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ସଭାପତି ବୈକୁଣ୍ଠ ନାଥ ଜେନା ଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଶିକ୍ଷକ ଜବାହରଲାଲ ସୁବୁଦ୍ଧିଓ କିଶୋର ପାଇକରାୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ ୧୧ଜଣ କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ରୀପୋର୍ଟ,ସଞ୍ଜୀବ କୁମାର


