
ଖୋର୍ଦ୍ଧା,୮/୦୩(ଜିଲ୍ଲା ଖବର) : ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ “ଆନ୍ତର୍ଜାତୀୟ ମହିଳା ଦିବସ” ପାଳନ କରିଛି। ଏହି ଅବସରରେ ଶ୍ରୀ ଶଶି କାନ୍ତ ସିଂହ ମଣ୍ଡଳ ରେଳ ପ୍ରବନ୍ଧକ ବିଭାଗର ମହିଳା କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଶ୍ରୀ ଏସ.କେ.ସି°ହ ମଣ୍ଡଳର ସମସ୍ତ ମହିଳା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ମହିଳାମାନଙ୍କ ପାଇଁ ଏକ ବିଶେଷ ଦିନ ରହିବା ପ୍ରକୃତରେ ଭଲ, ଯେତେବେଳେ ସେମାନଙ୍କୁ ସମ୍ମାନିତ କରାଯାଏ, ପୁରସ୍କୃତ କରାଯାଏ ଏବଂ ପ୍ରଶଂସା କରାଯାଏ।ଏହି ଉତ୍ସବରେ ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି), ଶ୍ରୀ ଅଶୋକ କୁମାର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଡକ୍ଟର ବି ଜି ଶଙ୍କର ରାଓ, ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମ୍ଏସ୍), ଖୋର୍ଦ୍ଧା ରୋଡ଼ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ |ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ରଂଜନ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର



