Wednesday, October 14, 2026
Home ମୁଖ୍ୟ ଖବର କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା ଅନୁଷ୍ଠିତ

କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା ଅନୁଷ୍ଠିତ

31

କନ୍ଧମାଳ, ୫/୧୦(ସୁରେଶ କୁମାର ପଣ୍ଡା): କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା କରାଯାଇଥିଲା ଏହି ପଦଯାତ୍ରା କଂଜାମେଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପଡ଼ିଆ ପର୍ଯ୍ୟନ୍ତ ବିରାଟ ବଡ଼ ଶୋଭାଯାତ୍ରା ହୋଇଥିବା ସହ ଏକ ବୈଠକ ହୋଇଥିଲା

ଏହି ବୈଠକରେ ମିଶ୍ରଣ ପର୍ବ ମଧ୍ୟ କରାଯାଇଥିଲା ଏହି ମିଶ୍ରଣରେ ବିଜେପି ଓ କଂଗ୍ରେସର ସମିତି ସଭ୍ୟ ବିଜେଡିରେ ମିଶିଥିଲେ ଗୁଞ୍ଜିବାଡ଼ି ସମିତି ସଭ୍ୟ ଧବଳେଶ୍ୱର ପାତ୍ର (ଧୋବୀ ଭାଇ)ଓ ସାରଙ୍ଗଡ଼ ସମିତି ସଭ୍ୟ ଜୟଶେନ ପୂଜାରୀ ବିଧିବଧ ଭାବେ ବିଧାୟକ ଉପସ୍ଥିତିରେ ମିଶିଥିଲେ l

ଏହି ପଦଯାତ୍ରାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ମୋହନ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ମହାସିଙ୍ଗ ନାଏବ ସରପଞ୍ଚ ପାଜୀତ ପାତ୍ର, ରଜନୀ ସାହୁ, ପ୍ରମୋଦ, ମଦନ ମଳିକ, କୁମୁଦ ଖଣ୍ଡଗିରି, ସହଦେଵ ପାତ୍ର, ବହୁ ବିଜେଡି କର୍ମୀ, ନେତ୍ରୀ, ସରପଞ୍ଚ, ଯୋଗ ଦେବା ସହ ଏକ ହଜାରରୁ ଅଧିକ ଜନସାଧାରଣ ଯୋଗଦେଇ ଏହି ପଦଯାତ୍ରାକୁ ସଫଳ କରିବା ସହ ସହଦେଵ ପାତ୍ର ସଭାକୁ ପରିଚାଳନା କରିଥିଲେ