
ବେଲଗୁଣ୍ଠା,୮/୦୩(ଜିଲ୍ଲା ଖବର) : ଉତ୍ତର ଘୁମୁଷୁର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରିୟ ବନାଚଂଳ ଅଧିନସ୍ଥ ଗାଂଗପୁର ସେକ୍ସନ ର ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷେତ୍ରିୟବ୍ରହ୍ମପୁର ପଂଚାୟତର ପର୍ଶୁଲୁଣ୍ଡ. ଗ୍ରାମରେ ବନବିଭାଗ ର ଓଡିଶା ବନାଂଚଳ ଉନ୍ନୟନ ପ୍ରକଳ୍ପ -୨ ଓ ସମନ୍ୱିତ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ଆନ୍ତର୍ଯାତିୟ ମହିଳା ଦିବସ ପାଳନ କରାଯାଇଅଛି,ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଶ୍ରି ଜି.ଭେକେଂଟ୍ ରାଓ ଦୋରା,ପ୍ରକଳ୍ପ ସଂଜୋଯକ ଶ୍ରୀ ପ୍ରଶାନ୍ତ କୁମାର ସାହ. ସ୍ୱେଛାସେବି ଅନୁଷ୍ଠାନ ସ୍ୱାତିର କର୍ମଚାରି କୁମାରି ପ୍ରିୟଦର୍ଶନି ପ୍ରଧାନ,ଶ୍ରୀ ବିଷ୍ୱଜିତ୍ ବେହେରା,ଅଂଗନାବାଡି କର୍ମି ଶ୍ରୀମତି. ଚଂଚଳା ମିଶ୍ର ଯୋଗଦେଇ ମହିଳା ଦିବସରେ କରୋନା ରୋକିବାରେ ମହିଳାମାନେ କିପରି ମୂକ୍ଷ୍ୟ ଭୂମିକା ନିଭାଇଥିଲେ,ଓ ପୁରୁଷ କଂ ଭଳି ମହିଳାକଂ ସମାନ ଅଧିକାର,ଜଂଗଲ ସୁରକ୍ଷା ଓ ଜଂଗଲ ରେ ନିଆଁ କିପରି ନ ଲାଗିବ ତାର ଗୁରୁତ୍ୱ ନେବା,ଜଂଗଲ ସୁରକ୍ଷା ସଚେତନ ବୈଠକ କରି ପ୍ରତି ଘରୁ ଜଣେ ଜଣେ ବାହାରି ଠେଗାଂ ପାଳି କରି ଜଂଗଲ କୁ ସୁରକ୍ଷା ଆଦି କରିବା ବିଷୟରେ ସଚେତନ କରାଯାଇଥିଲା,ଏହା ସହ ଏକ ରାଲି ର ଆୟୋଜନ କରାଯାଇ ସ୍ଳୋଗାନ ମାଧ୍ୟମରେ ସଚେତନ କରାଯାଇଥିଲା,ଏହି ସଚେତନ ଶିବିରରେ ଦୁମୁଦୁମି ଓ ପର୍ଶୁଲୁଣ୍ଡା ଗ୍ରାମର ସମସ୍ତ ସ୍ୱୟଂସହାୟକ ଗୋଷ୍ଠିର ସଭ୍ୟାମାନେ ଯୋଗଦେଇଥିଲେ ଓ ଅଂଗନବାଡି ସହାୟିକା ଶ୍ରୀମତି ପ୍ରମିଳା ଗୌଡ ଆଜିର ଶିବିରକୁ ପରିଚାଳନା କରିଥିଲେ



