Wednesday, July 29, 2026
Home ଆଞ୍ଚଳିକ ବ୍ରହ୍ମପୁର ରୋଲର ସ୍କେଟିଂ ଖେଳାଳିଙ୍କସଫଳତା, ରାଜ୍ୟ ସ୍ତରୀୟ ସ୍କେଟିଂ ଚମ୍ପିଆନସିପରେ 13ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଓ...

ବ୍ରହ୍ମପୁର ରୋଲର ସ୍କେଟିଂ ଖେଳାଳିଙ୍କସଫଳତା, ରାଜ୍ୟ ସ୍ତରୀୟ ସ୍କେଟିଂ ଚମ୍ପିଆନସିପରେ 13ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ ପଦକ ହାସଲ 

22

ବ୍ରହ୍ମପୁର,୮/୦୩(ଜିଲ୍ଲା ଖବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଚଳିତ ମାସ 6 ଓ 7 ତାରିଖ  ଦୁଇ ଦିନ ଧରି ଚାଲିଥିବା ପ୍ରଥମ ରାଜ୍ୟ ସ୍ତରୀୟ ସ୍ପିଡ୍ ରୋଲର ସ୍କେଟିଂ ଚମ୍ପିଆନ୍‌ସିପ୍‌ ଓ ସପ୍ତମ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସ୍କେଟିଂ ଆସୋସିଏସନ୍‌ ଓ ସ୍କେଟିଂ  ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଚମ୍ପିଆନସିପ୍‌କୁ ରୋଲାର ସ୍କେଟିଂ ଫେଡ଼ରେସନ୍‌ ଅଫ ଇଣ୍ଡିଆ ତଦାରଖ କରିଥିଲା । ଏଥିରେ ବ୍ରହ୍ମପୁର ସହରର 13 ଜଣ ବାଳକ ଓ ବାଳିକା ସ୍କେଟର  ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ । ଏଥିରେ ବାଳିକା ବିଭାଗରେ ଚାରୋଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ପଦକ ହାସଲ କରିଥିବା ବେଳେ ବାଳକ ବିଭାଗରେ 9ଟି ସ୍ୱର୍ଣ୍ଣ, 3ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବାଳିକା ବିଭାଗର 7-9 ବୟସ ବର୍ଗରେ  ଅନ୍ୱେଷା ବିଷୋୟୀ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସମୀକ୍ଷା ନାୟକ 11-14 ବୟସ ବର୍ଗରେ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ବାଳକ ବିଭାଗର 5-7ବର୍ଷ ବିଭାଗରେ ଆଇନିଷ୍‌ ସୁନାର ଦୁଇଟି ରୌପ୍ୟ, 9-11 ବର୍ଗରେ ଆଶୁତୋଷ ପାଢ଼ୀ ଦୁଇଟି ସ୍ୱର୍ଣ୍ଣ, ଦେବାଙ୍ଗ ରାଉତ ଗୋଟିଏ ବ୍ରୋଞ୍ଜ ଓ ପୁନୀତ ଗୌଡ଼ ଦୁଇଟି ସ୍ୱର୍ଣ୍ଣ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଥିବା ବେଳେ 11-14 ବର୍ଷ ବିଭାଗରେ କାର୍ତ୍ତିକ ବେହେରା ଦୁଇଟି ସ୍ୱର୍ଣ୍ଣ  ଓ ଗୋଟିଏ ବ୍ରୋଞ୍ଜ୍,କଲକୀ ନାରାୟଣସ୍ୱାମୀ ସାହୁ ତିନୋଟି  ବ୍ରୋଞ୍ଜ ହାସଲ କରିଛନ୍ତି  । 17 ବର୍ଷରୁ ଉଦ୍ଦ୍ୱ ବର୍ଗରେ ଗୌତମ ଗୌଡ଼ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସ୍କେଟର ମାନେ ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡ଼େମୀର କୋଚ୍‌ ଶ୍ରୀମନ୍ତ ପାଢ଼ୀ ଓ ଗୌତମ ଗୌଡ଼ଙ୍କ ଦ୍ୱାରା ନିଜର ଅଭ୍ୟାସ ଜାରି ରଖିଥିଲେ । ବ୍ରହ୍ମପୁର ସ୍କେଟରଙ୍କ ଏଭଳି ସଫଳତାକୁ ନେଇ କୃତି ପ୍ରତିଯୋଗୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେପଟେ ଏହି ଚମ୍ପିଆନସିପ୍‌ରେ ଉତ୍ତମ ପ୍ରଦର୍ଶନ କରିଥିବା କୃତି ସ୍କେଟର ମାନେ ମାର୍ଚ୍ଚ 31 ତାରିଖରୁ ଏପ୍ରିଲ 10 ତାରିଖ ପର୍ଯ୍ୟନ୍ତ ଚଣ୍ଡିଗଡ଼ ଠାରେ ହେବାକୁ ଥିବା 58ତମ ଜାତୀୟ ରୋଲର୍‌ ସ୍କେଟିଂ ଚମ୍ପିଆନସିପ୍‌ରେ ଅଂଶଗ୍ରହଣ  କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି  ।