Sunday, November 15, 2026
Home ଆଞ୍ଚଳିକ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

42

ଗୁଣପୁର,୮/୦୩(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ, ଗୁଣପୁରରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର ଏବଂ ଡକ୍ଟର ରତିକାନ୍ତ ସାହୁ ଏହାକୁ ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କଠାରୁ ପ୍ରାୟ କୋଡ଼ିଏ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରତିଭା କର ଯୋଗଦେଇ ମହିଳାମାନଙ୍କର ସାମାଜିକ, ସାଂସ୍କୃତିକ, ରାଜନୀତିକ ଏବଂ ଆର୍ଥନୀତିକ ସଫଳତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ନାରୀ ହେଉଛି ଅନୁଗ୍ରହ, ଶୋଭା, ସୌନ୍ଦର୍ଯ୍ୟ, ଏବଂ କରୁଣାର ପ୍ରତୀକ । ବର୍ତ୍ତମାନ ସମାଜର ସବୁକ୍ଷେତ୍ରରେ ନାରୀମାନଙ୍କର ପ୍ରାଧାନ୍ୟ ରହିଛି ଏବଂ ରହିବା ଆବଶ୍ୟକ । କାରଣ
ସେମାନଙ୍କର ଅଭିଳାଷ ଉଚ୍ଚରୁ ଉଚ୍ଚତର ହେବାରେ ଲାଗିଛି ଆଉ ଉଚ୍ଚାଭିଳାଷୀ ନାରୀମାନେ ହିଁ ଦୂରଦର୍ଶିନୀ ହୋଇଥାନ୍ତି ବୋଲି ଅନ୍ଯତମ ସମ୍ମାନିତ ଅତିଥି ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି ମତପୋଷଣ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା କବିତା ଆବୃତ୍ତି , ଅଭିନୟ, ଗୀତ ଆଦି ପରିବେଷଣ କରାଯାଇଥିଲା । ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।

ଗୁଣୁପୁର ରାମନାଥ ମହାନ୍ତି