
୦୮/୦୩/୨୧(ଜିଲ୍ଲା ଖବର) : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ 29 ଜାନୁଆରୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇ 28 ଫେବୃଆରୀରେ ଶେଷ ହୋଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଫେବୃଆରୀ ୧ରେ ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯାଇଥିଲା । ସଂସଦ କମ୍ପ୍ଲେକ୍ସ ଭିତରେ ସାଂସଦମାନଙ୍କ ପାଇଁ ଏକ ଟିକାକରଣ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି। ସଂସଦୀୟ ତଥ୍ୟ ଅନୁଯାୟୀ ଲୋକସଭା ସାଂସଦଙ୍କ 36 ପ୍ରତିଶତ ଏବଂ ରାଜ୍ୟସଭା ସାଂସଦଙ୍କ 62 ପ୍ରତିଶତ ବୟସ 60 ବର୍ଷରୁ ଅଧିକ। ସଂସଦର ସଦସ୍ୟମାନଙ୍କ କଲ୍ୟାଣ ପାଇଁ ମଙ୍ଗଳବାର 9 ମାର୍ଚ୍ଚରୁ ସଂସଦ ଗୃହ ମେଡିକାଲରେ ଏକ COVID-19 ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି ଯେ, ରାଜ୍ୟସଭା ସକାଳ 9 ଟାରୁ ରାତି 2 ଟା ପର୍ଯ୍ୟନ୍ତ ଚାଲିବ ଏବଂ ଲୋକସଭା ଅପରାହ୍ନ 4 ଟାରୁ 10 ଟା ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ଦ୍ୱିତୀୟ ଭାଗ 8 ଏପ୍ରିଲରେ ଶେଷ ହେବ ।


