
୦୮/୦୩/୨୧(ଜିଲ୍ଲା ଖବର) : ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ପ୍ରତି ସମ୍ମାନର ଦିନ। ନାରୀ ଗୋଟିଏ ମା’, ନାରୀ ଗୋଟିଏ ପିଲା, ନାରୀ ଗୋଟିଏ ସ୍ତ୍ରୀ, ନାରୀ ଗୋଟିଏ ଭଉଣୀ। ଅନ୍ତ୍ରରାଷ୍ଟ୍ରୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚରେ ପାଳନ କରାଯାଇଥାଏ। ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଏହି ଉତ୍ସବ ରୂପେ ପାଳନ କରାଯାଏ । ନାରୀ ସାରା ଜୀବନ ଅନ୍ୟ ମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସଗ କରିଥାଏ । ଅନେକ ନିର୍ଯାତନା, ଅସମ୍ମାନ, ଗାଳି ସହି ଆଗକୁ ବଢିଥାଏ । ଆଜି ସେହି ଦୁହିତା, ବୀରଙ୍ଗନା, ନାରୀ, ମହିଳା ଯେ କି ଅନେକ ନାମର ଅଧିକାରୀ । ସମସ୍ତଙ୍କୁ ସମ୍ମାନ ଜଣାଇବା ପାଇଁ ଦିନଟିଏ । ଆମେରିକାରେ ସୋସିଆଲିଷ୍ଟ ପାର୍ଟୀର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା । ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନୀରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା । କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା । ୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ । ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀମ ସରକାର ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ । ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡର ଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର । ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା । ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ ସମସ୍ତ ଦୁନିଆରେ, ଏମିତିକି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା । ତେବେ ମହିଳାଙ୍କୁ ସମ୍ମାନ ସହ ସମସ୍ତ କ୍ଷେତ୍ରରେ ଆଗକୁ ବଢିବା ଏହା ଏକ ଉତ୍ସାହ ଅଟେ । ଏହି ଦିନକୁ ସାରା ବିଶ୍ୱ ପାଳନ କରିଥାଏ ।


