Thursday, November 12, 2026
Home ଆଞ୍ଚଳିକ ଜଟଣୀ ପ୍ରେସକ୍ଲବର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ

ଜଟଣୀ ପ୍ରେସକ୍ଲବର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ

637

ଜଟଣୀ,୭/୦୩(ଜିଲ୍ଲା ଖବର) : ଜଟଣୀ ପ୍ରେସକ୍ଲବର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ରାମଚନ୍ଦ୍ରପୁରସ୍ଥିତ ପ୍ରେସଛକ ସାମ୍ବାଦିକ ଭବନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବିରଚିଂ ନାରାୟଣ ମହାନ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ସଭାରେ ଜଟଣୀପ୍ରେସକ୍ଲବର ଉନ୍ନତିମୂଳକ କାର୍ଯ୍ୟଲାଗି ଯୋଜନା ଏବଂ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହା ବ୍ୟତିତ ଅନେକ ସମୟରେ ଗ୍ରାମାଚଂଳ ଓ ସହରାଚଂଳରେ ରହିଥିବା ଅବହେଳିତ ଲୋକମାନଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ବେଳେ ସେମାନଙ୍କ ନିକଟତର ହୋଇ ସମସ୍ୟାଗୁଡିକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ସମସ୍ତ ସାମ୍ବାଦିକମାନେ ସଂକଳ୍ପବଦ୍ଧ ହୋଇଥିଲେ । ସେହିପରି ଏହି ଅବସରରେ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ୱାବଧାନରେ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ଏଥିରେ ପ୍ରେସକ୍ଲବର ନୂତନ ସଭାପତିଭାବେ ସାମ୍ବାଦିକ ମହମ୍ମଦ ଇସମାଇଲ ଅଲୀ,ଉପସଭାପତିଭାବେ ସାମ୍ବାଦିକ ବିଶ୍ୱଜିତ ସାମନ୍ତରାୟ ଓ ଶୁଭେନ୍ଦ୍ର ଶତପଥୀ,ସମ୍ପାଦକଭାବେ ସାମ୍ବାଦିକ ହୃଦାନନ୍ଦ କୋଦମାସିଂହ, ସହସମ୍ପାଦକଭାବେ ସାମ୍ବାଦିକ ପ୍ରଦୀପ୍ତ କୁମାର ମାର୍ଥା, କୋଷାଧ୍ୟକ୍ଷଭାବେ ସାମ୍ବାଦିକ ଦେବପ୍ରସାଦ ଦାଶ, ଇଭେଂଟ ସମ୍ପାଦକଭାବେ ସାମ୍ବାଦିକ ସୁବ୍ରତ କୁମାର ନାୟକ ଏବଂ ସଂଗଠନ ସମ୍ପାଦକଭାବେ ରଙ୍ଗନାଥ ବେହେରା ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ସଂଘର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ନିର୍ବାଚନ ଅଧିକାରୀଭାବେ ଦାୟିତ୍ୱ ଗ୍ରହଣକରିଥିବା ବେଳେ ନିର୍ବାଚିତ କର୍ମକର୍ତାମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଏଥି ସହିତ ନିର୍ବାଚିତ କର୍ମକର୍ତାମାନଙ୍କୁ ଶପଥପାଠ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଲବର ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ ।
ରୀପୋର୍ଟ ,ସଞ୍ଜୀବ କୁମାର