Friday, November 13, 2026
Home ଆଞ୍ଚଳିକ ମଗଡଙ୍ଗିଆ ଗ୍ରାମପଞ୍ଚାୟତ ପାଇଁ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର

ମଗଡଙ୍ଗିଆ ଗ୍ରାମପଞ୍ଚାୟତ ପାଇଁ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର

278

କନ୍ଧମାଳ, 4/10 (ସୁରେଶ କୁମାର ପଣ୍ଡା) : କେ.ନୂଆଗାଁ ବ୍ଲକର ନୂଆ ପଞ୍ଚାୟତ ଗଠନ ହେଲାବେଳେ ବଣ୍ଡଗୁଡ଼ା ପଞ୍ଚାୟତକୁ ଭାଗକରି ଏକ ନୂଆ ପଞ୍ଚାୟତ ଜିରିଡ଼ିକିଆ ଗ୍ରାମକୁ ଗଠନ କରାହୋଇଥିଲା l

ସେହି ପଞ୍ଚାୟତରେ ନମିଶିବା ପାଇଁ ବିରୋଧ କରିଥିଲେ ମଗଡଙ୍ଗିଆ ଗ୍ରାମବାସୀ ଏହି ଗ୍ରାମବାସୀନ ମିଶିବାର କାରଣ ଯେହେତୁ ଏଠିକାର ଲୋକ ଯଦି ଜିରୀଡ଼ିକିଆ ପଞ୍ଚାୟତକୁ ଯାଆନ୍ତି ତାହେଲେ ବଣ୍ଡଗୁଡା ପଞ୍ଚାୟତ ଦେଇ ଯିବା ଆସିବା କରନ୍ତି ଗ୍ରାମବାସୀଙ୍କ କହିବା ଅନୁଯାୟୀ ମଗଡଙ୍ଗିଆ ଗ୍ରାମକୁ ଲାଗି ବହୁତ ଗ୍ରାମ ରହିଛି l

ଏହି ଗ୍ରାମବାସୀ ଗତ ବିଧାନସଭା ନିର୍ବାଚନକୁ ବିରୋଧ କରି ଭୋଟ ବର୍ଜନ କରିବା ସହ ଉଚ୍ଚତମ ନ୍ୟାୟଳୟରେ କେଶ ପଡ଼ିରହିଛି l ଏଣୁ ଏହାର ପୁନର୍ବିଚାର ପାଇଁ ଆଜି ଓଡିଶାର ହରିଜନ ଓ ଆଦିବାସୀ ଯୁବ ସଭାପତି ହଳଧର ସେଠି ଓ ମଗଡଙ୍ଗିଆ ଗ୍ରାମ ଜନସାଧାରଣ ଆସି ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ଦେଇଥିଲେ l