ପୁଣି ଖଟିଆରେ ବୁହାହେଲେ ରୋଗୀ

16

ବୌଦ୍ଧ ୦୭/୦୩/୨୧ ( ଜିଲ୍ଲା ଖବର) :  ପୁଣି ଖଟିଆରେ ବୁହାହେଲେ ରୋଗୀ । ଫେଲ ମାରୁଛି ବାଇକ ଆମ୍ୱୁଲାନ୍ସ ଯୋଜନା । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ। ଦେଢ କିଲୋମିଟର ରୋଗୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ। ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ବିଜାମାରୀ ଗ୍ରାମର ରୋଗୀଙ୍କୁ ଷ୍ଟ୍ରେଚର ପ୍ରାୟ ଦେଢ କିଲୋମିଟର ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ।

ବିଜାମାରୀ ଗ୍ରାମର ପ୍ରଭାକର କଂହର ପାରାଲିସିସ ରୋଗରେ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ନେବା ପାଇଁ ଆସିଥିଲା । ରୋଗୀଙ୍କ ଘର ପ୍ରାୟ ଦେଢ କିଲୋମିଟର ଦୂର ଓ ରାସ୍ତା ଯୋଗାଯୋଗ ନ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବପର ନଥିଲା ।