Monday, October 12, 2026
Home ଅପରାଧ ଡକାୟତ ଯୋଜନା କରୁଥିଲା ବେଳେ ବାଲିଗୁଡା ପୋଲିସ ଧରିଲା

ଡକାୟତ ଯୋଜନା କରୁଥିଲା ବେଳେ ବାଲିଗୁଡା ପୋଲିସ ଧରିଲା

75

ବାଲିଗୁଡା,୬/୦୩{ ସୁକାନ୍ତ କୁମାର ତ୍ରିପାଠୀ }: ଗତକାଲି ରାତ୍ର5/6.03.2021ରିଖ ମଧ୍ୟ ରାତ୍ର ରେ ବାଲିଗୁଡା ପୋଲିସ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିନ୍ଦ୍ରିଗାଁ ନିକଟସ୍ଥ ଖଡ୍ଗନଦୀ ଶଙ୍ଖ ନିକଟରେ ଅନ୍ଧାରରେ ବସି କିଛି ସଂଦ୍ଧିଗ୍ଧ ବ୍ୟକ୍ତି ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ସେମାନଙ୍କ ଉପରେ ଚଢ଼ାଉ କରି 2 ଜଣ ସଂଦ୍ଧିଗ୍ଧକୁ ଧରିବାରେ ସାକ୍ଷମ ହେଲେ | ଅନ୍ୟମାନେ ସେଠାରୁ ପଳାଇବାରେ ସକ୍ଷମ ହେଲେ | ଉକ୍ତ 2 ଜଣକୁ ପୋଲିସ ପୋଷାକରେ ଦେଖି ସେମାନଙ୍କୁ ପଚାରିବାରେ ସେମାନେ ମିଥ୍ୟାରେ ପୋଲିସ ଅଫିସର କହି ସ୍ଥାନୀୟ କ୍ରିମିନାଲ ମାନଙ୍କ ସହ ଡକାୟତ ଯୋଜନା କରୁଥିବାର ପ୍ରକାଶ କଲେ ଏବଂ ତାଙ୍କର ସମ୍ପୂକ୍ତି ମାନିଲେ ଯେ ରାତ୍ର ସମୟରେ ଯିବା ଆସିବା ଗାଡି ମାନଙ୍କୁ ଅଟକାଇ ନିଜକୁ ପୋଲିସ ପରିଚୟ ଦେଇ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୁଟିବାକୁ ଯୋଜନା କରୁଥିଲେ | ପୋଲିସ ସେମାନଙ୍କ ଠାରୁ ଘଟଣା ରେ ବ୍ୟବହୁତ ଗୋଟିଏ ମାରୁତି ଡିଜାୟର କାର, ଲାଠି, ଲୁହା ରଡ ଭଳି ମାରଣାସ୍ତ୍ର, ପୋଲିସ ପୋଷାକ, ଖେଳନା ବନ୍ଧୁକ ଏଟଯଦି ଜବତ କରିଛି ଏବଂ କଟକ ଅଂଚଳର 2 ଜଣ ସଂଦ୍ଧିଗ୍ଧକୁ ଗିରଫକରିଛି ଓ ଅନ୍ୟମାନେ ଫେରାର ଅଛନ୍ତି | ଏ ସଂକ୍ରାନ୍ତରେ ବାଲିଗୁଡା ପୋଲିସ ଏକ ମାମଲା ଋଜୁ କରି ତଦନ୍ତ ଚଳାଇଛନ୍ତି |