Thursday, November 12, 2026
Home ଆଞ୍ଚଳିକ ଗଞ୍ଜେଇ ମାଫିଆ ଗିରଫ 2 ଲକ୍ଷ ଟଙ୍କା ଜବତ

ଗଞ୍ଜେଇ ମାଫିଆ ଗିରଫ 2 ଲକ୍ଷ ଟଙ୍କା ଜବତ

50

ବାଲିଗୁଡା,୬/୦୩{ ସୁକାନ୍ତ କୁମାର ତ୍ରିପାଠି } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ସନ୍ଧ୍ୟା ସମୟରେ ପୁଲିସ ପେଟ୍ରୋଲିଙ୍ଗ କରୁ ଥିବା ସମୟରେ ଜକିକିଆ ମିଡ଼ିଆକିଆ ରାସ୍ତାରେ ନିକଟରେ ଏକ ଅଟୋରେ ଗଞ୍ଜେଇ ଲୋଡ୍ ହୋଇ ଆସୁଥିବା ଖବର ପାଇ ଏସ୍ ଆଇ ଦୀପକ ରାଉତ ଟିମ୍ ସହିତ ଅଟୋକୁ ତନଖି କରିଥିଲେ l ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ l ଗାଡ଼ିରେ ମୋଟ ୪୨ କେଜି ୩୦୦ ଶହ ସହ ଗ୍ରାମ ଗଞ୍ଜେଇ ଥିବା ସହ , ଗାଇଡକରୁଥିବା ଏକ ସ୍କୁଟି ସହିତ ନଗଦ 2 ଲକ୍ଷ ଟଙ୍କା ସହିତ ଜଣକୁ ଗିରଫ କରିଥିଲେ l ଗିରଫ ବ୍ୟକ୍ତି ହେଲେ ଲାଜର ଦିଗାଲ ତାଙ୍କ ର ଘର କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବରିକିଆ ଅଂଚଳ ର ବୋଲି ଜଣାପଡିଛି l ଏ ନେଇ ଏକ ମାମଲା ନଂ 45/21 ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l ଏସଆଇ ଦିପକ ରାଉତ ମାମଲାର ତଦନ୍ତ କରୁଛନ୍ତି | ଏନେଇ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଜଣକୁ ଗିରଫ କରିବା ସହ ଫେରାରଥିବା ଦୁଇ ଜଣକୁ ଅତିଶିଘ୍ର ଗିରଫକରାଯିବା ନେଇ ସୂଚନା ଦେଇଛନ୍ତି |