Home ଅପରାଧ ଭିଜିଲାନ୍ସ ହାତରେ , ମହାନଗର ନିଗମର କର୍ମଚାରୀ

ଭିଜିଲାନ୍ସ ହାତରେ , ମହାନଗର ନିଗମର କର୍ମଚାରୀ

23

ବ୍ରହ୍ମପୁର, ୩/୧୦ (ସୁଦାମ ମହାରଣା) : ଭିଜିଲାନ୍ସ ହାତରେ ବ୍ରହ୍ମପୁର ମହାନଗରନିଗମର ବରିଷ୍ଠ ସହାୟକ ଏ.ଲକ୍ଷ୍ମୀ ପ୍ରସାଦ ରାଓ ।ଅବସରରେ ପରେ ପୁନଃ ନିଯୁକ୍ତି ପାଇ ବ୍ରହ୍ମପୁର ମହାନଗରନିଗମରେ ଅଫିସ ବରିଷ୍ଠ ସହାୟକ ଭାବେ ରାଜସ୍ୱ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଥିଲେ ।

ଅପରାହ୍ନ ୪ଟା୪୫ମି ବ୍ରହ୍ମପୁର ମହାନଗରନିଗମର ସିଟି ହାଇସ୍କୁଲ ନିକଟରେ ଥିବା ୧୩ ନମ୍ବର ଦୋକାନ ଘରର ମାଲିକାନା ବଦଳାଇବା ନିମନ୍ତେ ଫାଇଲ୍ ପ୍ରୋସେସିଙ୍ଗ ପାଇଁ ୨୫ହଜାର ଟଙ୍କା ନିଳାଞ୍ଚାଳସାହୁ ନାମକ ଜଣେ ବ୍ୟକ୍ତି ଠାରୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ଦୋକାନ ଘର ବଦଳାଇବା ପାଇଁ ଲକ୍ଷ୍ମୀ ପ୍ରସାଦ ୩୦ହଜାର ଟଙ୍କା ଦାବି କରିଥିଲେ । ପୂର୍ବ ଚୁକ୍ତି ମୁତାବକ ପ୍ରଥମ ପର୍ଯ୍ୟାୟରେ ଆଜି ସେ ୨୫ହଜାର ଟଙ୍କା ଗ୍ରହଣ କରୁଥିଲେ । ଏହା ନେଇ ନିଳାଞ୍ଚାଳ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ସେ ଅବସର ଗ୍ରହଣ କରିଥିଲେ ।ପରେ ତାଙ୍କୁ ସେହି ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିଲା। ତାଙ୍କ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୋଳାଷିଙ୍ଗି ଗ୍ରାମସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ କେଶ ନମ୍ବର ୨୭/୧୯ ପ୍ରକାରରେ ମାମଲା ରୁଜ୍ଜୁ କରାଯାଇଥିବା ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି।