Saturday, November 14, 2026
Home ଆଞ୍ଚଳିକ ଖୋର୍ଦ୍ଧା ଜିଲ୍ଲା ୩୪୮କୋଟି ଟଙ୍କାର ପାଣି ପ୍ରକଳ୍ପ

ଖୋର୍ଦ୍ଧା ଜିଲ୍ଲା ୩୪୮କୋଟି ଟଙ୍କାର ପାଣି ପ୍ରକଳ୍ପ

243

ଜଟଣୀ,୬/୦୩(ଜିଲ୍ଲା ଖବର) : ଖୋର୍ଦ୍ଧା ଜିଲ୍ଲାର ବାଣପୁର, ଚିଲିକା, ଟାଙ୍ଗୀ, ବେଗୁନିଆ, ଖୋର୍ଦ୍ଧା ଏବଂ ଜଟଣୀ ପ୍ରଭୃତି ୬ଟି ବ୍ଲକ୍ ୭୭ଟି ଗ୍ରାମ ପଞ୍ଚାୟତ ୫୦୫ଟି ଗ୍ରାମର ଲୋକ ପାଇଁ ପାଣି ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ ୩୪୮କୋଟି ଖର୍ଚ୍ଚ ଅଟକଳ କରାଯାଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ଜଟଣୀ ର ପୂର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଜଟଣୀବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ସ୍ଥାନୀୟ କୁଦିଆରୀ ର କଲ୍ୟାଣ ମଣ୍ଡପ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବହୁ ବର୍ଷ ଧରି ଜଟଣୀର ୧୫ଟି ପଞ୍ଚାୟତର ୯୦ଟି ଗ୍ରାମର ୯୩.୯୫୯ ଜଣ ଲୋକ ଜଳକ୍ଳିଷ୍ଟ ଦୂର ହେବ ବୋଲି ଶ୍ରୀ ବଳବନ୍ତରାୟ ପ୍ରକାଶ କରିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାଜିଲା ବିଜେଡି ସଭାପତି ବିଭୂତିଭୂଷଣ ବଳବନ୍ତରାୟ,ଉପସଭାପତି ସୁଦର୍ଶନ ସୁନ୍ଦରାୟ, ଖୋର୍ଦ୍ଧାଜିଲାପରିଷଦ ସଭାପତି ପ୍ରଫୁଲ ଦଳାଇ, ନଗରସଭାପତି ଆଶୁତୋଷ ପ୍ରତାପ ସିଂହ,ବ୍ଲକଉପାଧ୍ୟକ୍ଷ ଅମୀୟ କୁମାର ଦଳାଇ, ସୋସିଆଲ ମିଡିଆ ଆଇଟି କୋର୍ଡିନେଟର କୈଳାଶ ମହାପାର୍ତ,ପୁର୍ବତନ କାଉନସିଲର ବେଣୁଧର ମଙ୍ଗରାଜ, ଶଶାଙ୍କ ଶେଖର ରାୟ,ସୁଶାନ୍ତ ପାଲଟାସିଂହ,ପୈାରାଉପଧ୍ୟକ୍ଷା ଅନ୍ନପୁର୍ଣ୍ଣା ସାହୁ, ଅଧ୍ୟାପକ ବିଜୟ କୁମାର ପଣ୍ଡା, ବିଜୟ କୁମାର ଛୋଟରାୟ,ବାବୁ ହୋତା,ନମିତାପାଲ ପଣ୍ଡା, ହେମନ୍ତ କୁମାର ମହାପାତ୍ର ଓି ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ରୀପୋର୍ଟ , ସଞ୍ଜୀବ କୁମାର