
ବ୍ରହ୍ମପୁର,୦୫/୦୩/୨୦୨୧(ବିଜୟ କୁମାର ଗୌଡ଼): ରିଖ ମିଳିତ ସାମ୍ବାଦିକ ବିଚାର ମଂଚ ତରଫରୁ “କ୍ରାନ୍ତିଧାରା” ପ୍ରାଙ୍ଗଣରେ ଆଜି ଓଡିଶାର ବରପୁତ୍ର ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ପାଳନ ଅବସରରେ ବିଜୁବାବୁଙ୍କ ସ୍ମୃତିଚାରଣ ପୂର୍ବକ ତାଙ୍କର ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ସ୍ୱର୍ଗତ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସେହି ସ୍ମୃତିଚାରଣ ସଭାରେ ମୁଖ୍ୟପୁରୋଧା ଶ୍ରୀ କୃଷ୍ଣଚନ୍ଦ୍ର ପାଳ ସଭାର ଉଦେ୍ଧଶ୍ୟ କହିବା ସହ ଏହି ମଂଚ ତରଫରୁ ବରପୁତ୍ର ମାନଙ୍କ ସ୍ମୃତିଚାରଣ କରାଯିବ ବୋଲି ଘୋଷଣା କରିଥିଲେ । “ନ୍ୟୁଜ୍ ନର୍ଭ”ର ସମ୍ପାଦକ ଶ୍ରୀ ପ୍ରକାଶ ମିଶ୍ର ଉକ୍ତ ସଭାକୁ ଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସଂଜୟ କୁମାର ଦାଶ, ଗୁଡିଆ ସାହୁ, ରବିନ୍ଦ୍ର ମହାରଣା , ସୁରେଶ ବେହେରା, ପ୍ରଦୀପ କୁମାର କର , କାଳିପ୍ରସାଦ ସାହୁ, ଚନ୍ଦ୍ରଶେଖର ଦାଶ, ଜୀବନାନନ୍ଦ କର, ଭଗବାନ ବାରିକ, ରାକେଶ କୁମାର ଷଡଙ୍ଗି, ବିଚିତ୍ର ସାହୁ, ବିଜୟ କୁମାର ଗୌଡ଼, ଗୁରୁ ପ୍ରସାଦ ପଟନାୟକ, କିରଣ ଶତପଥୀ ଏବଂ ପ୍ରସନ୍ନ କୁମାର ମହାପାତ୍ରଙ୍କ ସମେତ ମିଳିତ ସାମ୍ବାଦିକ ବିଚାର ମଂଚର ବହୁ ସାମ୍ବାଦିକ ସଭାରେ ଯୋଗ ଦେଇଥିଲେ ।












