
ବାଲିଗୁଡା,୩/୦୩{ ସୁକାନ୍ତ କୁମାର ତ୍ରିପାଠି } କୋଟଗଡ ବ୍ଲକ ର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମାଦାଗୁଡା ଗ୍ରାମ ର ସ୍କୁଲ ଖେଳ ପଡିଆ ରେ CRPF ଯବାନ ମାନଙ୍କ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହି ଅବଶୋରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଆନନ୍ଦ ଝା କୋମାଣ୍ଡେଣ୍ଟ 127 ବାଟାଲିୟନ, ଶ୍ରୀ ମଉଳି ମୋହନ କୁମାର ସେକେଣ୍ଡ କୋମାଣ୍ଡେଣ୍ଟ 127 ବାଟାଲିୟନ, ଶ୍ରୀ ସୋମଜୀତ ଭକ୍ତ ଏସିସିଟାଣ୍ଟ କୋମାଣ୍ଡେଣ୍ଟ 127 ବାଟାଲିୟନ,ଡ଼କ୍ଟର ମୟୁର ସିଂ 127 ବାଟାଲିୟନ,ଦ୍ରୋଣାଚାର୍ଯ୍ୟ ଜେଠି ପ୍ରଧାନ ଶିକ୍ଷକ ମାଦାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଦାଉଦ ମାଝୀ ଏସିସିଟାଣ୍ଟ ଶିକ୍ଷକ ମାଦାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ, ମାଦାଗୁଡା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ଇଷ୍ଟରୀ ମଲ୍ଲିକ ଏବଂ ନାଇବ ସରପଞ୍ଚ ଶ୍ରୀ ଜି୍ରିମିୟ ସୁନାମାଝି ଉପସ୍ଥିତ ଥିଲେ | ସର୍ବ ପ୍ରଥମେ ମୁଖ୍ୟ ଅତିଥି ଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସ୍ୱାଗତ ନୃତ୍ୟ ମଧ୍ୟ କୁନି କୁନି ପିଲା ମାନଙ୍କ ଦ୍ୱାରା ପରିବେଷଣ କରା ଯାଇଥିଲା l ନାଇବ ସରପଞ୍ଚ ଶ୍ରୀ ଜି୍ରିମିୟ ସୁନାମାଝି ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ ଏବଂ ଶୋଭା କୁ ଆଗକୁ ନେଇଥିଲେ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣ ମାନଙ୍କ ମଧ୍ୟରେ ସୁ ସମ୍ପର୍କ ର ପ୍ରତିଷ୍ଠା କରିବା ପାଇଁ l ଯବାନ ମାନଙ୍କ କହିବା ଅନୁଯାଇ କେତେକ ଅଂଚଳ ରେ CRPF ଯବନ ମାନଙ୍କୁ ଦେଖିଲେ ମହିଳା ମାନେ ଭୟ କରୁଛନ୍ତି ଏବଂ ଦୌଡ଼ି ପଳାଉଛନ୍ତି ତାର କାରଣ ହେଉଛି ଜନ ସାଧାରଣ ଏବଂ ଯବାନ ମାନଙ୍କ ମଧ୍ୟରେ ସମ୍ପର୍କ ର ଅଭାବ ଆଜି ଏ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଜନ ସାଧାରଣ ଙ୍କୁ କହିଛନ୍ତି ଯେ ଯବାନ ମାନେ ଆପଣ ମାନଙ୍କ ପରି ସାଧାରଣ ମନୁଷ୍ୟ ଆମକୁ ଡରିବା ଆବଶ୍ୟକ ନାହିଁ l ଆମେ ଆମେ ପରିବାର ଏବଂ ମାଟି କୁ ଛାଡିକି ଆପଣ ମାନଙ୍କ ରକ୍ଷା ପାଇଁ ଆସିଛୁ ବୋଲି ଲୋକଙ୍କୁ ଉଦବାଧନ ଦେଇଥିଲେ l ପରିଶେଷରେ ଲୋକମାନଙ୍କୁ ସୋଲାର ଲାଇଟ, ସୋଲାର ଷ୍ଟ୍ରୀଟ ଲାଇଟ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖାତା, ପେନ, ପେନସିଲ, ରବର ଏବଂ ଚକୋଲାଟେ ବଣ୍ଟନ କରିଥିଲେ l



