
ଖୋର୍ଦ୍ଧା,୩/୦୩(ଜିଲ୍ଲା ଖବର) : ଜଟଣୀବ୍ଲକ ବେଣାପଜଂରୀ ପଚାଂୟତ ଅଧିନ ବୁଢ଼ାଙ୍ଗରା ପାଣ୍ଡିଆବିଲି ଦୟା ଓ ରାଜୁଆ ନଦୀର ଅସ୍ଥାୟୀ ରାସ୍ତାରୁ ନଦୀକୁ ଖସିପଡିଥିଲା ଏକ ମିନିଟ୍ରକ । ଯେଉଁଥିରେକି ଉକ୍ତ ଟ୍ରକର ଚାଳକଙ୍କ ମୃତ୍ୟୁ ହୋଇଯାଇଛି ମୃତକ ଜଣକ ହେଲେ ଡେଲାଙ୍ଗ ଥାନା ଅନ୍ତର୍ଗତ ଶ୍ରୀପତି ପୁରର ଦିବାକର ପରିଡା ( ୩୫) ।ଏଥି ସହିତ ଟ୍ରକର ସହାୟକ ପିପିଲି ଥାନାର ସହଜପୁରର ପ୍ରମୋଦ ମଲ୍ଲୀକ ଆହତ ହୋଇଛନ୍ତି । ଆଜି ପୁର୍ବାହ୍ନରେ ଜଟଣୀରୁ ଗାଡି ନଂ ଓଡି ୦୨ ଏଏଚ୍ ୩୧୧୪ ବିଶିଷ୍ଟ ୪୦୭ ମିନିଟ୍ରକଟି କୁକୁଡ଼ା ଖାଦ୍ୟ ବୋଝେଇ କରି ତିଗିରିଆ ଅଭିମୂଖେ ଯାଉଥିବା ସମୟରେ ରାସ୍ତା ଧସିଯିବାରୁ ନଦୀଭିତର ପାଣିକୁ ଖସିପଡିଥିଲା । ନିଜ ଜୀବନ ବଞ୍ଚାଇବାକୁ ଟ୍ରକ ଭିତରୁ ଚାଳକ ଡେଇଁପଡ଼ିବାରୁ ଟ୍ରକ ତଳେ ଚାପି ହୋଇ ଯାଇଥିଲେ । ନିକଟରେ ଥିବା ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସହାୟକ (ହେଲପର ) ଉଦ୍ଧାର କରିଥିବାବେଳେ ଚାଳକ (ଡ୍ରାଭେର) ଟ୍ରକ ତଳେ ରହିଯାଇଥିଲେ ତୁରନ୍ତ ଜଟଣୀ ଥାନା ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଉଭୟ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଦିବାକରକୁ ଟ୍ରକ ତଳୁ ବାହାରକରି ଆମ୍ବୁଲାନ୍ସ ସହାୟତରେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଯାଇଥିଲା ସେଠାରେ ଡାକ୍ତର ଦିଵାକରକୁ ମୃତ ଘୋଷଣା କରିଥିଲେ । ଅପାର ପକ୍ଷେ ଜଟଣୀ ଥାନା ପୁଲିସ ଆହତ ପ୍ରମୋଦକୁ ସିକିତ୍ସା ପାଇଁ ବେଣାପାଞ୍ଜରୀ ପ୍ରାଥମିକ ସ୍ୟାଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସୂଚନା ଯୋଗ୍ୟ ଯେ ୧୫ ଦିନ ତଳେ ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହିପରି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା କିନ୍ତୁ ଗ୍ରାମବାସୀ ମାନେ ଅନୁରୂପ ଉଦ୍ଧାର କରିବା ହେତୁ ଅଳ୍ପକେ କ୍ଷୟ କ୍ଷତିରୁ ବଞ୍ଚିତ ହୋଇଯାଇଥିଲେ । ସେଠାରେ ଏକ ବ୍ରିଜ ନିର୍ମାଣଲାଗି ପ୍ରଶାସନକୁ ବାରମ୍ବାର ଅନୁରୋଧକରି ଉଭୟ ଗ୍ରାମବାସୀମାନେ ନିରାଶ ହୋଇଆସୁଛନ୍ତି ।


