Sunday, November 15, 2026
Home ଆଞ୍ଚଳିକ ମାଗଦର୍ଶିତା ମାନୁନାହାନ୍ତି ଗାଡିଚାଳକ, ହାଲୁକାଯାନ ପଥରେ ଯାଉଛି ଭାରିଯାନ

ମାଗଦର୍ଶିତା ମାନୁନାହାନ୍ତି ଗାଡିଚାଳକ, ହାଲୁକାଯାନ ପଥରେ ଯାଉଛି ଭାରିଯାନ

17

ଜଟଣୀ,୨/୦୩(ଜିଲ୍ଲା ଖବର) : ଜଟଣୀର ବହୁପ୍ରତିକ୍ଷୀତ ଫ୍ଲାଏ ଓଭରବ୍ରଜି ନିର୍ମାଣ ସମୟରେ ଯାନବାହାନ ଯାତାୟତ ଉପରେ ମାଗଦର୍ଶିତା କରାଯାଇଛି । ହେଲେ ଏହି ମାଗଦର୍ଶିତାକୁ ଭାରିଯାନ ଚାଳକମାନେ ମାନୁହାନ୍ତି । ହାଲୁକାଯାନ ପଥରେ ଯାଉଛି ଭାରିଯାନ । ଜନଗହଳି ସମୟରେ ଭାରିଯାନକୁ ନେଇ ହାଲୁକାଯାନ ପଥରେ ପ୍ରବେଶ କରୁଛନ୍ତି । ଫଳରେ ହାଲୁକାଯାନଗୁଡିକ ସଙ୍କୋଚିତ ରାସ୍ତାରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଘଂଟାଘଂଟା ଧରି ଲୋକେ ଅପେକ୍ଷା କରୁଛନ୍ତି ଏବଂ ବିରକ୍ତିଭାବ ପ୍ରକାଶ କରୁଛନ୍ତି । ବିଶେଷଭାବେ ସ୍କୁଟି ଚାଳକ ମହିଳାମାନେ ମାତ୍ରାଧିକ ହଇରାଣହର୍କତ ହେଉଛନ୍ତି । ଭାରିଯାନ ଚାଳକମାନଙ୍କୁ ବାରଣ କଲେ ନାଲି ଦେଖାଇ ମାଲିକଙ୍କ ନିର୍ଦ୍ଧେଶ ଅଛିଯିବାଲାଗି ବୋଲି କହୁଛନ୍ତି । ଅମାନିଆ ହୋଇ ଟ୍ରକ, ଡମ୍ପଂର,ଟିପର ଇତ୍ୟାଦି ଭାରିଯାନଗୁଡିକୁ ଜନଗହଳିପୁର୍ଣ୍ଣ ସ୍ଥାନରେ ଭର୍ତିକରି ହାଲୁକାଯାନଗୁଡିକୁ ଯାତାୟତରେ ସମସ୍ୟା ସୃଷ୍ଟି କରୁଛନ୍ତି । ଜଟଣୀର ମୂଖ୍ୟରାସ୍ତାରେ ଫ୍ଲାଏ ଓଭରବ୍ରିଜ ନିର୍ମାଣଲାଗି ଯାତାୟ୍‌ତକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ଦ୍ୱାରା ଯାନବାହାନ ଯାତାୟତ ଲାଗି ଗତିପଥର ସମୀକ୍ଷା କରାଯାଇଥିଲା । କାରଣ ମୂଖ୍ୟରାସ୍ତାର ସୀତାରାମ ଛକ ଓ ବଡବଜାର ପଭୃତି ଉଛେଦ ହେବାପରେ ବ୍ରିଜକାମ ଆରମ୍ଭ ହେବ । ସେନେଇ ଷ୍ଟେଟବ୍ୟାଙ୍କ ଛକଠାରୁ ସୀରାମଛକ ଓ ବଡବଜାର ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରଖାଯିବ । ତେଣୁ ଯାତାୟତଲାଗି ଭାରୀଯାନ ତଥା ଘରୋଇବସ,ଟ୍ରକ,ଡମ୍ପଂର, ଟିପର, ଟ୍ରଲର ଇତ୍ୟାଦି ସ୍ଥାନୀୟ ହରିଭାଇନାଛକଠାରୁ ହନୁମାନବାଟିକା ଦେଇ ରଥୀପୁର ଲେବଲକ୍ରସିଂ ଅତିକ୍ରମକରି ବୁଢାପଡା,କନ୍ତିଆ ଇତ୍ୟାଦି ଦେଇ ଯାତାୟତ କରିପାରିବ । ହାଲୁକାଯାନ ପାଇଁ ଥାନାଛକ ଓ ପୋଷ୍ଟଅଫିସ ଛକଠାରୁ ଗାନ୍ଧୀପାର୍କ ପାଶ୍ୱର୍ରେ ଯାଇ ଭାୟା ରେଳପଥ କାର୍ଯ୍ୟାଳୟ ରାସ୍ତା ଅତିକ୍ରମକରି ସୀତାରାମଛକରେ ପହଁଚିପାରିବେ । ସେହିପରି ନୀଳଚକ୍ର ମାର୍କେଟକୁ କେବଳ ୨ଚକିଆଯାନ ଓ ପଥଚାରୀମାନେ ଯାତାୟତ କରିପାରିବେ । ସିତାରାମଛକଠାରୁ ସର୍ଦ୍ଧାରପଟେଲ ମାର୍ଗକୁ ଯିବାଲାଗି ଆନ୍ଧ୍ରବ୍ୟାଙ୍କ ପାଶ୍ୱର୍ ରାସ୍ତାରେ ଯାଇପାରିବେ ବୋଲି ସୁଚାଙ୍କ ଦିଆଯାଇଥିଲା । ମାତ୍ର ଏହି ସୁଚାଙ୍କକୁ କେହି ମାନୁନାହାନ୍ତି । ଅନ୍ୟପକ୍ଷରେ ଏହି ବ୍ରିଜନିର୍ମାଣ ପୁର୍ବରୁ ସଂକୋଚିତ ରାସ୍ତାଯୋଗୁଁ ଭାରିଯାନଗୁଡିକୁ ଦିନସମୟରେ ନୋଏଟ୍ରି ରଖାଯାଇଥିଲା । ସକାଳ ୮ଟା ପରେ ଏବଂ ସଂଧ୍ୟା ୮ଟା ପୁର୍ବରୁ ସହରର ମୂଖ୍ୟରାସ୍ତା ଦେଇ ଭାରିଯାନ ଚଳାଚଳ ବନ୍ଦ ରଖାଯାଇଥିଲା । ହେଲେ ଏହାକୁ କିଛିଦିନ ଗାଡିଚାଳକ ମାନିଥିଲେ । କିନ୍ତୁ ଏବେ ଏହି ମୂଖ୍ୟରାସ୍ତାରେ ଭାରିଯାନ ଚଳାଚଳ ସଂପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଏହାକୁ ମାନୁନାହାନ୍ତି କେତେକ ଭାରିଯାନ ଚାଳକମାନେ । ଏନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଲାଣି । ବାରଣସତ୍ୱେ କୁଦିଆରୀ,ହରିରାଜପୁର ଯିବାକୁଥିବା ମାଲବୋଝେଇ ଟ୍ରକଗୁଡିକୁ ପୋଷ୍ଟଅଫିସ ଛକ ହାଲୁକାଯାନ ପଥଦେଇ ପ୍ରବେଶ କରୁଛନ୍ତି । ଲୋକମାନଙ୍କ ତାଗିଦପରେ ରେଳଷ୍ଟେସନକୁ ମାଲନେଇ ଯାଉଛୁ ବୋଲି କହି ଅମାନିଆ ହୋଇଯାଉଛନ୍ତି । ଫଳରେ ଘଂଟାଘଂଟା ଧରି ଟ୍ରାଫିକ ସମସ୍ୟା ଉପୁଜୁଛି । ଏହିପରି ସୋମବାର ସକାଳ ୮ଟା ସମୟରେ ଏକ ମାଲବୋଝେଇ ହାଇୱାଟ୍ରକ ପୋଷ୍ଟଅଫିସଛକ ଦେଇ ଯାଉଥିବା ବେଳେ ସ୍ଥାନୀୟଲୋକେ ବାରଣ କରିଥିଲେ । ମାତ୍ର ଏହାକୁ ଗାଡିଚାଳକଜଣଙ୍କ ଏହି ବାଟଦେଇ ଯିବାଲାଗି ଯିଦ କରିଥିଲେ । ତେବେ ଏନେଇ ପୋଷ୍ଟଅଫିସଛକ ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କୁ ଅବଗତ କରାଯିବାପରେ ଘଟଣାସ୍ଥଳରେ ହେମନ୍ତ ପହଁଚି ମାଗଦର୍ଶିତା ଅନୁସାରେ ଯିବାପାଇଁ ଗାଡିଚାଳକଙ୍କୁ ତାଗିଦ କରିଥିଲେ । ପରେ ଗାଡିଚାଳକ ଗାଡିଟିକୁ ନେଇ ଅନ୍ୟପଥରେ ଯାଇଥିଲେ । ତେବେ ଏନେଇ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ଯେ, ଏହି ଘଟଣାକୁ ସଠିକଭାବେ ପରିଚାଳନା କରିବାର ଦାୟିତ୍ୱ ହେଉଛି ପୁଲିସର । ସେ ଏଥିପ୍ରତି ଦୃଷ୍ଟିଦେବା କଥା । ତେବେ ଏନେଇ ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ କୁହନ୍ତି, ଏ ସଂକ୍ରାନ୍ତରେ ଠିକାସଂସ୍ଥା ବିରଜା କଂଷ୍ଟ୍ରକ୍‌ସନ ସହିତ ଆଲୋଚନା ହୋଇଛି । ୩ଦିନ ମଧ୍ୟରେ ସିକ୍ୟୁରିଟିଗାର୍ଡ ଯୋଗାଇଦେବେ । ତେଣୁ ଆବଶ୍ୟକ ସ୍ଥାନରେ ସିକ୍ୟୁରିଟିଗାର୍ଡ ମୁତୟନ ରହିବେ ।