
ବୁଗୁଡା,୨/୦୩(ଜିଲ୍ଲା ଖବର) : ସାରା ଦେଶରେ କୃଷକମାନଙ୍କୁ ଅବହେଳିତ କରାଯାଉଥିବା ବେଳେ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ୍ ରେ ମଧ୍ୟ ସେହି ଦୟନୀୟ ଅବସ୍ଥାରେ ରହିଥିଲେ ହେଁ ଏଥିପ୍ରତି ପ୍ରଶାସନର ତତ୍ପରତା ଦେଖାଯାଉ ନଥିବାରୁ ଆଜି ବିଭିନ୍ନ ପଞ୍ଚାୟତରୁ ଶତାଧିକ ଚାଷୀ ଏକତ୍ରିତ ହୋଇ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣା ଦେଇଥିବା ବେଳେ ପରିଶେଷରେ ଦାବିପତ୍ର କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ସରକାରଙ୍କ ଚାଷୀମାନଙ୍କ ପାଇଁ ଟୋକନ ବ୍ୟବସ୍ଥା ରହିଛି କିନ୍ତୁ ସେହି ଟୋକନକୁ ଗୁରୁତ୍ବ ନଦେଇ ଚାଷୀ,ମିଲ୍ ମାଲିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଟୋକନ ଦିଆଯାଇଥିଲେ ମଧ୍ୟ ପ୍ରଶାସନ ଧାନ ନେଉନଥିବା ସାଂଘାତିକ ଅଭିଯୋଗ କରିଛନ୍ତି ଚାଷୀ । କୌଣସି କାରଣରୁ ଆମର କଷ୍ଟ ଅର୍ଜିତ ଧାନ ଯଦିଓ ନଷ୍ଟ ହୁଏ ତେବେ ଏଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତିକରି ଘେରାଉ କରିବା ସହ ଧାରଣା ଦେଇଥିବା ବେଳେ ତହସିଲଦାର ସଂଗ୍ରାମ କେଶରୀ ଜେନା ଚାଷୀମାନଙ୍କ ନିକଟକୁ ଆସି ମାର୍ଚ୍ଚ ମାସର ଶେଷ ସୁଦ୍ଧା ଆପଣଙ୍କ ସମସ୍ତ ଧାନକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କୁ ଧାରଣା ଭଙ୍ଗ କରିଥିଲେ ।



