
ବାଲିଗୁଡା, 02/03. { ସୁକାନ୍ତ କୁମାର ତ୍ରିପାଠୀ } : ଗତକାଲି ବାଲିଗୁଡାର ସଭାଗୃହଠାରେ ଜିଲାସ୍ତରୀୟ କୃଷିମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ଚକ୍ରମଣି କହଁର କୃଷିମେଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥୀ ଭାବେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ସୁରେଶକୁମାର ପ୍ରଧାନ ବିଡିଓ ଡ.ଜଗଦିଶ କୁମାର ଷଢଙ୍ଗି ,ବ୍ଲକ ଅଧ୍ୟକ୍ଷ ପ୍ରମୋଦ ମଳିକ, ମୁଖ୍ୟ ଜିଲ୍ଲା କୃଷି ଅଧୁକାରୀ ପ୍ରଶାନ୍ତ କୁମାର ଶତପଥୀ ,କୃଷି ଜିଲ୍ଲା ଅଧିକାରୀ,ବାଲିଗୁଡା ସୁବାଷଚନ୍ଦ୍ର ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ। ବାଲିଗୁଡା କୃଷି ଜିଲା ଅଧ୍ୟକାରୀ ସ୍ୱାଗତ ଭାଷଣ ଦେବା ସହ ତୃଣମୁଳ ସ୍ତରରେ ଉନ୍ନତମାନର ଚାଷ ଯନ୍ତ୍ରପାତି ଚାଷର ଉନ୍ନତି ଉପରେ ଜାଣି ପାରିବେ । ଦୁଇଦିନ ଧରି ମେଳା ସହିତ କର୍ମଶାଳା କାର୍ଯ୍ୟକ୍ରମ ରହିଛି । ଏଥିରେ ତିନି ଶହ ଚାଷୀଙ୍କୁ ପୁସ୍ତକ ଦେବା ସହ ଆଲୋଚନା କରାଯାଇ ଥିଲା | ବିଭିନ୍ନ ବିଭାଗ ଦ୍ବାରା ୧୨ ଗୋଟି ଷ୍ଟଲ କରାଯାଇ ସାତ ଜଣ ଚାଷୀଙ୍କୁ ସମ୍ମାନିତ କରାଯାଇଛି । ଗୋଷ୍ଠି କୃଷି ଅଧୁକାରୀ କୋଟଗଡ ସୁମନ୍ତ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।




