Sunday, November 15, 2026
Home ଆଞ୍ଚଳିକ ନଳକୂପ ମୂଳରେ ଜମୁଛି ନର୍ଦ୍ଧମା ଜଳ, ଦୁରାରୋଗ୍ୟ ଆଶଙ୍କାରେ ଗ୍ରାମବାସୀ

ନଳକୂପ ମୂଳରେ ଜମୁଛି ନର୍ଦ୍ଧମା ଜଳ, ଦୁରାରୋଗ୍ୟ ଆଶଙ୍କାରେ ଗ୍ରାମବାସୀ

66

ଜଟଣୀ,୧/୦୩(ଜିଲ୍ଲା ଖବର) : ସର୍ବସାଧାରଣଙ୍କ ବ୍ୟବହୃତ ନଳକୂପମୂଳରେ ଦିର୍ଘଦିନରୁ ଗ୍ରାମର ୨ଟି ପରିବାର ସେମାନଙ୍କର ଶୌଚାଳୟର ନର୍ଦ୍ଧମାଜଳ ଛାଡି ପାନୀୟଜଳ ଓ ପରିବେଶକୁ ନଷ୍ଟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏଥି ସହିତ ଏହି ନଳକୂପ ପାଣି ବ୍ୟବହାର କରି ଅନେକ ଲୋକ ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଥିବା ନେଇ ସାଧାରଣରେ ପ୍ରତିକ୍ରୀୟା ସୃଷ୍ଟି ହୋଇଛି । ସୁଚନାନୁସାରେ, ଜଟଣୀବ୍ଲକ ଅନ୍ତର୍ଗତ ଜାମୁକୋଳି ପଚାଂୟତର ମୁଣ୍ଡଳଗ୍ର୍ରାମରେ ଥିବା ଏକ ସର୍ବସାଧାରଣ ନଳକୂପକୁ ଗ୍ରାମର ସମସ୍ତ ପରିବାର ବ୍ୟବହାର କରିଆସୁଛନ୍ତି । ଯାହାର ଲୋକସଂଖ୍ୟା ୭୦୦ରୁ ଉର୍ଦ୍ଧ୍ୱ ହେବ । ମାତ୍ର ଏହି ବ୍ୟବହୃତ ନଳକୂପ ସମୁଖରେ ରହିଥିବା ଦୁଇଟି ପରିବାରର ଲୋକମାନେ ନଳକୂପ ସମୁଖ ରାସ୍ତାକୁ ସେମାନଙ୍କ ଘରର ବ୍ୟବହୃତ ଶୈାଚାଳୟର ନର୍ଦ୍ଧମାଜଳକୁ ଛାଡିଦେଉଛନ୍ତି । ଫଳରେ ଏହି ନର୍ଦ୍ଧମାଜଳ ନଳକୂପ ମୂଳରେ ଜମା ହୋଇରହି ଅପ୍ରାକୃତିକ ପରିବେଶ ସୃଷ୍ଟି ହେଉଛି । ଏଥିସହିତ ଏହି ନଳକୂପ ପାଣି ପିଇବାପରେ ଛୋଟବଡ ସମସ୍ତଙ୍କୁ କାଛୁ,କୁଣ୍ଡିଆ ଓ ଅନ୍ୟାନ୍ୟ ଦୁରାରୋଗର ଶିକାର ହୋଇଛନ୍ତି ବୋଲି ଗ୍ରାମର କେତେକ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଏହି ନଳକୂପ ପରିବେଶ ଏଭଳି ଆବର୍ଜନା ହୋଇଛି ଯେ, ଲୋକମାନେ ପଥରପକାଇ ନଳକୂପ ନିକଟକୁ ଯାଉଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଉକ୍ତ ପରିବାର ଲୋକେ ଶୁଣିବାକୁ ଅରାଜି ହେଉଛନ୍ତି । ଅନ୍ୟପକ୍ଷରେ ଗ୍ରାମରେ ରହିଥିବା ଗ୍ରାମ୍ୟ ଜଳବିଭାଜିକା ବ୍ୟବସ୍ଥା ମାଧ୍ୟମରେ ମିଳୁଥିବା ପାଣି ପିଇବା ଯୋଗ୍ୟ ହୋଇ ରହିନାହିଁ । କାରଣ ବିଭାଜିକା ବ୍ୟବସ୍ଥାରେ ଗ୍ରାମମଧ୍ୟକୁ ଯାଇଥିବା ପାଇପ କେତେକ ସ୍ଥାନରେ ନର୍ଦ୍ଧମାଦେଇ ଯାଇଛି । ପାଇପର ସଂଯୋଗସ୍ଥାନରେ ନର୍ଦ୍ଧମାପାଣି ମିଶି ଉକ୍ତ ପାଣିମଧ୍ୟ ନଷ୍ଟ ହୋଇଯାଇଥିବା କହିଛନ୍ତି । ତେଣୁ ଏହି ଗ୍ରାମ୍ୟଜଳଯୋଜନାରେ ଆସୁଥିବା ପାଣିକୁ କେବଳ ଗାଡିମୋଟର ଧୋଇବା, ଚାଷରେ ପାଣି ମଡାଇବା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହୃତ କରୁଛନ୍ତି । ତେଣୁ ଏହି ନଳକୂପଟି ଏକମାତ୍ର ଭରସା ହୋଇ ରହିଛି ଗ୍ରାମରେ । ଏବେଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଗଲାଣି, ଲୋକେ ପାଣି ପାଇଁ ଡହଳବିକଳ ହେବେ । ଏହି ସମସ୍ୟା ଉପୁଜିବା ପୁର୍ବରୁ ଏହାର ଏକସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଜାମୁକୋଳି ସରପଚଂ ଜ୍ୟୋର୍ତିର୍ମୟୀ ଛୋଟରାୟଙ୍କୁ ପଚାରିବାରେ ସେ କୁହନ୍ତି, ଏହି ଅଭିଯୋଗ ଦିର୍ଘଦିନରୁ ହୋଇ ଆସୁଛି । ମୁଁ ଘଟଣାସ୍ଥଳକୁ ଯାଇଥିଲି । କେହିକିଛି ଶୁଣିବାକୁ ନାରାଜ । ସେଠାକାର ପରିସ୍ଥିତି ଅନୁସାରେ ସେଠାରେ ଏକ ଡ୍ରେନର ଆବଶ୍ୟକ ରହିଛି । ତେଣୁ ଏନେଇ ଜଟଣୀ ବିଡିଓ ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛି । ଯଥାଶିଘ୍ର କାର୍ଯ୍ୟକରିବାପାଇଁ ବ୍ୟବସ୍ଥା କରାଯାଉଛି । ଆସନ୍ତା ଏକମାସ ମଧ୍ୟରେ ଏଠାରେ ଡ୍ରେନକାର୍ଯ୍ୟ ସାରିବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ।

ରୀପୋର୍ଟ ,ସଞ୍ଜୀବ କୁମାର