
ବିଷମକଟକ,୧/୦୩(ଜିଲ୍ଲା ଖବର) : ରାୟଗଡା ଜିଲ୍ଲାର ବହୁଚର୍ଚ୍ଚିତ ଏକ ପୁରୁଣା କୋଠା କୁ ରଙ୍ଗ ଦେଇ ପ୍ରାୟ 2 ଲକ୍ଷ ଟଙ୍କା ହେରଫେର ଘଟଣା ର ତଦନ୍ତ ରାୟଗଡା ଜିଲ୍ଲାପାଳ ସରୋଜ ମିଶ୍ର ବଭାଗୀୟ ଅଧିକାରୀ ଙ୍କୁ ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଏହି କାମ କରୁଥିବା ହାଟ ମୁନିଗୁଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ଚୌଧୁରୀ ଏବଂ ଗ୍ରାମ ରୋଜଗାର ସେବକ ସନ୍ତୋଷ ବୈଦ୍ୟଭୂଷଣ ଙ୍କ ବିରୁଦ୍ଧରେ ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁ ଗ୍ରାମବାସୀ ଙ୍କ ଅସନ୍ତୋଷ କୁ ଦୃଷ୍ଟିରେ ରଖି ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲାକା ହାଟ ମୁନିଗୁଡା ପହଁଚି ଘଟଣା ର ଅନୁଧ୍ୟାନ କରିବା ପରେ ଏ ବାବଦରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିବେ ବୋଲି ଜଣାଇଛନ୍ତି ତେଣୁ ଯେଉଁ ଅନିୟମିତତା କାମ କୁ ଏହି ଜିଲ୍ଲାର ବରିଷ୍ଟ ମନ୍ତ୍ରୀ ଙ୍କ ଠାରୁ ଆରମ୍ବ. କରି ବହୁ ରାଜନୈତିକ ନେତା ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରିଛନ୍ତି ସେହି ଘଟଣା କଣ କାର୍ଯ୍ୟାନୁଷ୍ଠାନ ଲୋକ ସଭା ସାଂସଦ ଉଲାକା ନେବେ ତାହା ଦେଖିବାକୁ ବାକି ରହିଲା ପ୍ରକାଶ ଥାଉକି ଏହି ବିଦ୍ୟାଳୟ ରେ ଡାଇନିଂ ହଲ ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ଆସିଥିବା ବେଳେ ପୁରୁଣା କୋଠା କୁ ରଙ୍ଗ ଦେଇ ଏହି ପଞ୍ଚାୟତ ତଥା ବିଦ୍ୟାଳୟ ର କିଛି ଅସାଧୁ କର୍ମୀ ବ୍ୟାପକ ଟଙ୍କା ହଡ଼ପ କରୁଥିବା ଜଣାପଡିଛି ।


