Home ଆଞ୍ଚଳିକ ବିଧାୟକ ଉଦଘାଟନ କଲେ ବଜରଙ୍ଗୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବିଧାୟକ ଉଦଘାଟନ କଲେ ବଜରଙ୍ଗୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

22

ବୁଗୁଡା,୦୧/୦୩ (ଜିଲ୍ଲା ଖବର) : ବୁଗୁଡା ବ୍ଲକ ଅନ୍ତର୍ଗତ ନୂଆଁ ପାଣିକେଶ୍ୱର ଗ୍ରାମରେ ଅନୁଷ୍ଠିତ ବଜରଙ୍ଗୀ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମାର୍ଚ୍ଚ ୦୧ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଭାଗବାନପୁର ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଉଦ୍ୟନାଥ ଗୌଡ଼ ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବିଧାୟକ ଶ୍ରୀ ସାହୁ ଗ୍ରାମବାସୀଙ୍କ ସହ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।