
ବାଲିଗୁଡା,୧/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଓ ବାରଖମା ରାସ୍ତା ଅଂଚଳ ରେ ଭୋର ସାଡେ ଚାରିଟା ସମୟରେ ପୁଲିସ ପେଟ୍ରୋଲିଙ୍ଗ କରୁ ଥିବା ସମୟ ରେ ଆପରାନାଳ ନିକଟରେ ଏକ କାର ଯାଞ୍ଚ ସମୟରେ 41.300 ଗ୍ରାମ ଗଂଜେଇ ଜବତ କରିଛି | ବାଲିଗୁଡ଼ା ଥାନା ବାରଖମା ରାସ୍ତା ର ଆପରାନାଳ ଠାରେ ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର ନମ୍ବର ଓଡି 02 AA -4122 କାରକୁ ତନଖି କରିଥିଲେ l ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ l ଗାଡ଼ିରେ ମୋଟ 41 କେଜି 300 ଶହ ସହ ଗ୍ରାମ ଗଞ୍ଜେଇ ଥିବା ସହ ଡ୍ରାଇଭର ସହିତ ତିନି ଜଣ କୁ ଗିରଫ କରିଥିଲେ l ଗିରଫ ବ୍ୟକ୍ତି ହେଲେ କଳିଙ୍ଗ କେଶରୀ ପ୍ରଧାନ, ବନମାଳୀ ମହାରଣା ଓ ସୌଭାଗ୍ୟ ବେହେରା ଙ୍କ ଘର କଟକ ଜିଲ୍ଲା ଆଠଗଡ ଅଂଚଳ ର ବୋଲି ଜଣାପଡିଛି l ଏ ନେଇ ଥାନା ରେ ଏକ ମାମଲା କେଶ ନମ୍ବର 42/21 ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l SI ଦିପକ ରାଉତ ମାମଲାର ତଦନ୍ତ କରୁଛନ୍ତି | ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ବେଆଇନ ଗଂଜେଇ ସହିତ କାର ଓ ତିନି ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି






