
ଖୋର୍ଦ୍ଧା,୧/୦୩(ଜିଲ୍ଲା ଖବର) : ୧୬ ନମ୍ବର ଜାତୀୟ ରାଜପଥର ରିଲାନ୍ସ ପେଟ୍ରୋଲ ପମ୍ପ ନିକଟରେ ଟାଉନ ପୋଲିସ ଚଢାଉ କରି ୩ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ଗଂଜାମ ଖଲିକୋଟ ଅଂଚଳର ସଂଗ୍ରାମ ପଣ୍ଡା, ରମ୍ଭାର ଅମିତ କୁମାର ସାହୁ ଓ ଖୋର୍ଦ୍ଧା ଭାଲିଆବାଡ଼ିର ବିରେନ୍ଦ୍ର ସାହୁ । ବିଶେଷ ସୁତ୍ରରୁ ଖବର ପାଇଁ ଟାଉନ ପୋଲିସ ପୂର୍ବ ଯୋଜନା ମୁତାବକ ପ୍ରଥମେ ଏକ ଇକୋସ୍ପୋର୍ସ କାର ଜବତ କରିଥିଲା । ଏହି କାରକୁ ଯାଂଚ କରିବା ପରେ ୬୫୪ଗ୍ରାମ ବ୍ରାଉନସୁଗାର ସହ ୯୫ହଜାର ଟଙ୍କା, ୬ଟି ମୋବାଇଲ ଜବତ କରିଥିଲା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୬ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ରିପୋର୍ଟ, ସଞ୍ଜୀବ କୁମାର





