Tuesday, November 17, 2026
Home ଆଞ୍ଚଳିକ ମହା ନଗର ନିଗମ ପକ୍ଷରୁ ସମାଜ ମଙ୍ଗଳ ଯୋଜନା ଅନ୍ତର୍ଭୁକ୍ତ କରଣ ଶିବିର ଅନୁଷ୍ଠିତ

ମହା ନଗର ନିଗମ ପକ୍ଷରୁ ସମାଜ ମଙ୍ଗଳ ଯୋଜନା ଅନ୍ତର୍ଭୁକ୍ତ କରଣ ଶିବିର ଅନୁଷ୍ଠିତ

17

ବ୍ରହ୍ମପୁର,୧/୦୩(ଜିଲ୍ଲା ଖବର) : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟାଉନ୍ ହଲ୍ ଠାରେ ଏକ ଆୟୋଜିତ ହୋଇଛି ସମାଜ ମଙ୍ଗଳ ଯୋଜନା ଅନ୍ତର୍ଭୁକ୍ତ କରଣ ଶିବିର । କାର୍ଯ୍ୟକ୍ରମ କୁ ବିଏମ ସି କମିଶନର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ହିତାଧିକାରୀ ମାନଙ୍କୁ କାର୍ଡ, ଭତା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ରେ ସର୍ବାଧିକ ଭାବେ ପିଏମ ସମ୍ବୃଧି ଯୋଜନା ରେ ୨୨୪୮ ଜଣ, ବିଭିନ୍ନ ପେନସନ ରେ ୪୪୫ ଜଣ ହିତାଧିକାରୀ, ଓ କୋଭିଡ ବନ୍ଧୁ ଭାବେ ୩୦ ଜଣ କୁ ସମ୍ମାନିତ କରାଯାଇଥିବା ବେଳେ ପିଏମ ଅୱାସ ଯୋଜନା ରେ ୨୯୮ ଜଣ ହିତାଧିକାରୀ, ଏଵଂ ୧୩୨ ଜଣ ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ ବଣ୍ଟନ କରାଯାଇଥିଲା । ସରକାର ଙ୍କ ବିଭିନ୍ନ ସାମାଜିକ ମଙ୍ଗଳ ଯୋଜନା, ମଧୁ ବାବୁ ପେନସନ ଯୋଜନା, ପିଏମ ଆୱାସ ଯୋଜନା ସମେତ ବହୁ ଯୋଜନା ରେ ସାମିଲ ହୋଇ ସ୍କିମ୍ ର ଲାଭବାନ ହିତାଧିକାରୀ ମାନଙ୍କୁ ଭତା, ପେନସନ କାର୍ଡ ରେ ପାଖା ପାଖି ୩୫୦୦ ରୁ ଉର୍ଦ୍ଧ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଛି ବୋଲି କହିଛନ୍ତି ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବନ୍ଦର । ଆୟୋଜିତ କାର୍ଯ୍ୟକ୍ରମ ରେ ବି ଏମ୍ ସି ଡେପୁଟି କମିଶନର ଆଶୁତୋଷ ସାମଲ ସମେତ ନିଗମ ର ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ ।