Home ଆଞ୍ଚଳିକ ଘରୋଇ ଶିକ୍ଷାନୁଷ୍ଠାନକୁ ଫି ଛାଡ କରିବା ପାଇଁ ଦାବୀପତ୍ର ପ୍ରଦାନ

ଘରୋଇ ଶିକ୍ଷାନୁଷ୍ଠାନକୁ ଫି ଛାଡ କରିବା ପାଇଁ ଦାବୀପତ୍ର ପ୍ରଦାନ

137

ସୁନ୍ଦରଗଡ,୧/୦୨(ଜିଲ୍ଲା ଖବର) : ସୁନ୍ଦରଗଡ଼ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ କିଛି ଦିନ ପୂର୍ବରୁ ଅଭିଭାବକ ମାନଙ୍କ ଠାରୁ ସୁନ୍ଦରଗଡ଼ ଜ଼ିଲ୍ଲାର ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ କିପରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ଓ ରାଜ୍ୟ ସରକାର ଓଡିଶାଙ୍କ ସ୍କୁଲ ଫି କୋହଳ ନିୟମ କୁ କିପରି ଅବମାନନା କରୁଛନ୍ତି ଦୃଢ ଅଭିଯୋଗ ଶୁଣିବାକୁ ପାଇଥିଲେ l ଅଭିଯୋଗ ଶୁଣିବା ପରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ତରଫରୁ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ ପ୍ରଥମେ ନିଜ ସ୍ତରରେ ସତ୍ୟତା ପରୀକ୍ଷା କରିଥିଲେ ଓ ଅଭିଯୋଗ ରେ ସତ୍ୟତା ଅଛି ଜାଣିବାକୁ ପାଇଲା ପରେ ପ୍ରଥମେ ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ତଥା ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ଅଧକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ ଓ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ସହ ଏହି ସମସ୍ତ ବିଷୟରେ ଆଲୋଚନା କରିଥିଲେ l ଶେଷରେ ଆଲୋଚନା ରେ ସ୍ଥିର କରାଯାଇଥିଲା ଏହି ସମ୍ବନ୍ଧରେ ସମସ୍ତ କାଗଜ ପତ୍ର ସଂଗ୍ରହ କରି ମାନ୍ୟବର ଜ଼ିଲ୍ଲାପାଳ ମହୋଦୟ ଙ୍କୁ ପ୍ରଦାନ କରାଯିବ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା, ରାଜ୍ୟ ସରକାର ଓଡିଶାଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମାବଳୀ କୁ ପାଳନ କରିବା ପାଇଁ ଦାବିପତ୍ର କରାଯିବ l ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ଙ୍କ ରାୟ ର କପି ଓ ରାଜ୍ୟ ସରକାର ଓଡିଶା ଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଏହି ସମସ୍ତ କପି ସଂଗ୍ରହ କରି ଆଜି ଅପରାହ୍ନ ୧ ଘଟିକା ସମୟରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ତରଫରୁ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ ଓ ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ତଥା ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ଅଧକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ, ବରିଷ୍ଠ ଆଇନଜୀବି କିଶୋର କୁମାର ନାଏକ, ପ୍ରଦୀପ କୁମାର ମହାପାତ୍ର , ନିହାର ରଞ୍ଜନ ନନ୍ଦୀ, ଅଶୋକ କୁମାର ନାଏକ, ପ୍ରଶାନ୍ତ କୁମାର ପଟେଲ,ସ୍ୱରାଜ ପଟେଲ,କେଶବ ରଣା, କୀର୍ତ୍ତି କୃଷ୍ଣ ସାମନ୍ତରାୟ, ଅନୁସୟା ନାଏକ, ଦୁଲାରୀ ନାଗ, ତନୁଜା ମହାନ୍ତି, ସୁନୀତା ପଟେଲ ଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ ଜ଼ିଲ୍ଲାପାଳ ଶ୍ରୀ ନିଖିଳ ପଵନ କଲ୍ୟାଣ ମହୋଦୟ ଙ୍କୁ ସାକ୍ଷାତ କରି ଅଭିଭାବକ ମାନଙ୍କୁ କିପରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଶୋଷଣ କରୁଛନ୍ତି ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ଙ୍କ ଚୂଡାନ୍ତ ରାୟ ଓ ରାଜ୍ୟ ସରକାର ଓଡିଶା ଙ୍କ ନିୟମ କୁ ଲାଗୁ ନ କରି ବେଖାତିର କରୁଛନ୍ତି ଏହି ପରି ବିଭିନ୍ନ ସମସ୍ୟା ଗୁଡିକ ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ସରକାର ଙ୍କ ଦ୍ୱାରା ଜାରି କରାଯାଇଥିବା ଘରୋଇ ଶିକ୍ଷାନୁଷ୍ଠାନ ଙ୍କ ପାଇଁ ନିୟମାବଳୀ କୁ ପାଳନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ l
ଦାବିପତ୍ର ରେ ଉଲ୍ଲେଖ କରାଯାଇଥିବା ଦାବି ଗୁଡିକ ହେଲା l
ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ଗତ ଜାନୁଆରୀ ମାସ ୭ ତାରିଖ ଦିନ ତିନୋଟି ପୃଥକ ଲେଖା ଆବେଦନ ର ଶୁଣାଣି କରି ୧୦ ତାରିଖ ଦିନ ଏହାର ରାୟ ପ୍ରକାଶ କରିଥିଲେ ଏହି ରାୟ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମସ୍ତ ଶିକ୍ଷାଅନୁଷ୍ଠାନ ଗୁଡିକର ସ୍କୁଲ ଫି କୋହଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିଷ୍ପତି ନେବାକୁ ନିର୍ଦେଶ ଦେଇଥିଲେ l ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାର ଗତ ଜାନୁଆରୀ ମାସ ୧୯ ତାରିଖ ଦିନ ପତ୍ର ନମ୍ବର ୧୩୩୭ / ତାରିଖ ୧୯-୧-୨୦୨୦ ଜରିଆରେ ସ୍କୁଲ ଫି କୁ ୭ ଟି ସ୍ଲାବରେ ଭାଗ କରି କୋହଳ କରିବାକୁ ସମସ୍ତ ଘରୋଇ ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ଶିକ୍ଷାଅନୁଷ୍ଠାନ ଗୁଡିକୁ ପରାମର୍ଶ ଦେଇଥିଲେ l ରାଜ୍ୟ ସରକାରଙ୍କ ତରଫରୁ ନୋଟିଫିକେସନ ଜାରି ହେବାର ଆଜିକୁ ଏକ ମାସ ରୁ ଉର୍ଦ୍ଧ୍ୱ ବିତି ଯାଇଥିବା ସତ୍ୱେ ଦୁଃଖର ସହିତ କହିବା ପାଇଁ ପଡୁଛି ଆଜି ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜ଼ିଲ୍ଲାର ଅଧିକାଂଶ ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକ ରେ ସ୍କୁଲ ଫି ସ୍ଲାବ କୁ ଲାଗୁ କରାଯାଇନାହିଁ l
୧ -ସୁନ୍ଦରଗଡ଼ ଜ଼ିଲ୍ଲା ର ସମସ୍ତ ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକୁ କଡା ନିର୍ଦେଶ ଦିଆଯାଉ ସେମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ରାଜ୍ୟ ସରକାରଙ୍କ ସ୍କୁଲ ଫି ଛାଡ଼ ସ୍ଲାବ ନିୟମ କୁ ଲାଗୁ କରି ସ୍କୁଲ ଫି ଛାଡ଼ କରନ୍ତୁ ଓ ଯେଉଁ ଶିକ୍ଷାଅନୁଷ୍ଠାନ ଗୁଡିକ ଅଭିଭାବକ ମାନଙ୍କ ଠାରୁ ବର୍ଷକର ସମ୍ପୂର୍ଣ ଫି ନେଇଯାଇଛନ୍ତି ସେମାନଙ୍କୁ ସେମାନଙ୍କ ସ୍ଲାବ ଅନୁଯାୟୀ ଅଧିକା ଫି କୁ ଫେରସ୍ତ କରାଯାଉ l
୨-ସରକାର ଙ୍କ ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକରେ ପୁସ୍ତକ ବିକ୍ରି ବନ୍ଦ ନିୟମ କୁ ଲାଗୁ କରାଯାଉ ଓ ନିଜ ଅଞ୍ଚଳ ରେ ଥିବା ପୁସ୍ତକ ଦୋକାନ ରେ କିପରି ମିଳି ପାରିବ ବ୍ୟବସ୍ଥା କରାଯାଉ l
୩-ସମସ୍ତ ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକୁ କେନ୍ଦ୍ର ସରକାରଙ୍କ ସିଙ୍ଗଲ ଗାର୍ଲ ଚାଇଲଡ ନିୟମକୁ ଲାଗୁ କରିବାକୁ ନିର୍ଦେଶ ଦିଆଯାଉ l
୪-ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକର ପ୍ରତିବର୍ଷ ସବୁ କ୍ଲାସ ର ବୁକ ସିରିଜ ପରିବର୍ତନ ନିୟମ କୁ ବନ୍ଦ କରାଯାଉ l
୫-ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକ ର ନର୍ସରୀ ରୁ ଆରମ୍ଭ କରି ମ୍ୟାଟ୍ରିକ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ କୋଡ଼ କରାଯାଉ l

ଯେଉଁ ଶିକ୍ଷାଅନୁଷ୍ଠାନ ଗୁଡିକ ସରକାର ଙ୍କ ନିୟମ କୁ ମାନୁ ନାହାନ୍ତି ସେ ଶିକ୍ଷାଅନୁଷ୍ଠାନ ଗୁଡିକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ କଣ ପାଇଁ ତାଙ୍କ ଏନ. ଓ. ସି କୁ ପ୍ରତ୍ୟାହାର ନ କରାଯିବ କାରଣ ଦର୍ଶାଅ ନୋଟିସ ଜାରି କରାଯାଉ l
ବିଶ୍ବରଂଜନ ହୋତା
ସୁନ୍ଦରଗଡ଼