
ବାଲିଗୁଡା- 28/02 { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ରେ ଆସି କନ୍ଧମାଳ ସାଂସଦ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି |ବାଲିଗୁଡା ବିଜେଡି ପକ୍ଷରୁ ଦଳୀୟ କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ସ୍ଥାନୀୟ ବିଜୁ ପଟନାୟକ ମିନି ଷ୍ଟାଡିଅମ ରେ ପହଂଚି ଥିଲେ |ସେଠାରେ କ୍ରୀଡାବିତ ଙ୍କ ପାଇଁ କିଟ ତରଫରୁ ପ୍ରଦାନ କରାଯାଇ ଥିବା ଉଜ୍ୱଳ ଆଲୋକ କରଣ ର ଶୁଭ ଉଦଘାଟନ କରିଛନ୍ତି ସାଂସଦ ତଥା ସର୍ବ ଭାରତୀୟ ଭଲିବଲ ମହାସଂଘ, ସଭାପତି ଡ଼ ଅଚ୍ୟୁତ ସାମନ୍ତ |ଏହି ଉଦଘାଟନୀ କାର୍ଯ୍ୟ ପରେ ବାଲିଗୁଡା ବ୍ଲକ ବିଜେଡି ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି |ଏଥିରେ ବାଲିଗୁଡା ବିଜେଡି ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡା ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ରାଜ୍ୟ ପରିଷଦ ସଦସ୍ୟ ସେକ ସାଦିକ, ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, କୋଟଗଡ ବ୍ଲକ ସାଂସଦ ପ୍ରତିନିଧି ମନୋଜ ସାବତ, ବ୍ଲକ ଅଧ୍ୟକ୍ଷା ସବିତା ମଳିକ ମଞ୍ଚାସିନ ଥିଲେ |ରାଜ୍ୟ ସଭାପତି ନବୀନ ପଟନାୟକ ଙ୍କ ବିକାଶ କାର୍ଯ୍ୟ କୁ ଗାଁ ଗାଁ ରେ ପହଂଚି ବାକୁ କନ୍ଧମାଳ ସାଂସଦ କର୍ମୀ ମାନଙ୍କୁ ଆହ୍ୱାନ ଦେଇ ଥିଲେ | ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଦଳୀୟ ନେତୃବୃନ୍ଦ ଯୋଗ ଥିଲେ |


