Home ଆଞ୍ଚଳିକ ଲୁଟେରା ଗ୍ୟାଙ୍ଗର କୀଙ୍ଗପିନ୍ନକୁ ଧରିଲା ପୋଲିସ

ଲୁଟେରା ଗ୍ୟାଙ୍ଗର କୀଙ୍ଗପିନ୍ନକୁ ଧରିଲା ପୋଲିସ

20

ସୁନ୍ଦରଗଡ, ୨୮/୦୨/୨୧ (ଜିଲ୍ଲା ଖବର) :  ଲୁଟେରା ଗ୍ୟାଙ୍ଗର କୀଙ୍ଗପିନ୍ନକୁ ଧରିଲା ପୋଲିସ । ବୁଲେଟ ମଟର ସାଇକେଲ ଦ୍ରୁତ ଗତିରେ ଚଳାଇ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଏବଂ ସୁନା ଚେନ ଛୀନତାଇ କରୁଥିବା ଗ୍ୟାଙ୍ଗର କୀଙ୍ଗପିନ୍ନକୁ ଧରିବାରେ ରାଉରକେଲା ପୋଲିସ ସଫଳ ହୋଇଛି । ଉକ୍ତ ଲୁଟେରା ଠାରୁ ପୋଲିସ ଗୋଟିଏ ବୁଲେଟ ମଟର ସାଇକେଲ , ୧୦ ଟି ମୋବାଇଲ ଫୋନ, ଲୁଟ ହୋଇଥିବା ବ୍ୟାଗ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ୭ ନମ୍ବର ସେକ୍ଟର ଥାନା ପୋଲିସ ଚଢ଼ାଉ କରୁଛି । ଏହି ଲୁଟେରା ଗ୍ୟାଙ୍ଗ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଦିନ ସମୟରେ ମହିଳାଙ୍କ ନିକଟରୁ ଲୁଟ କରି ସହରରେ ଆତଙ୍କ ସୃଷ୍ଟି କରିଥିଲେ । ଲୁଟେରା ମାନଙ୍କୁ ଧରିବାକୁ ରାଉରକେଲା SP ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲେ । ଶନିବାର ରାତିରେ ଏହି ଗ୍ୟାଙ୍ଗ ର କୀଙ୍ଗପିନ୍ନ ଧରାପଡିବା ପରେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ।