Monday, November 16, 2026
Home ଆଞ୍ଚଳିକ ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲରଙ୍କ ସହ ଦୁଇ ଜେଲ କର୍ମଚାରୀ ଆହତ

ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲରଙ୍କ ସହ ଦୁଇ ଜେଲ କର୍ମଚାରୀ ଆହତ

14

ସମ୍ୱଲପୁର, ୨୮/୦୨/୨୧ (ଜିଲ୍ଲା ଖବର) : ସମ୍ବଲପୁର ସର୍କଲ ଜେଲ ଭିତରେ ୱାର୍ଡରଙ୍କ ଗୁଣ୍ତାଗଦ୍ଧି। ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲରଙ୍କ ସହ ଦୁଇ ଜେଲ କର୍ମଚାରୀ ଆହତ । ଗତ ରାତିରେ ଜେଲ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଡ୍ୟୁଟିକୁ ଆସିଥିଲେ । ତାଙ୍କୁ ବାରଣ କରିବାରୁ ସେ ଉତ୍ୟକ୍ତ ହୋଇ ଜେଲର ଆଲୋକ କର ଓ ଜେଲର ଅନ୍ୟ ଜଣେ କର୍ମଚାରୀଙ୍କୁ ମୁଥ ମାରି ମୁହଁ ଫଟାଇ ଦେଇଥିଲେ । ଜେଲର ଅନ୍ୟ କର୍ମଚାରୀଙ୍କ ସହଯୋଗରେ ନିଶାସକ୍ତ ୱାର୍ଡରକୁ କାବୁ କରାଯିବା ସହ ଧନୁପାଲି ପୋଲିସକୁ ଖବର ଦିଆଯାଇଥିଲା । ଧନୁପାଲି ପୋଲିସ ଜେଲ ପହଂଚି ୱାର୍ଡରକୁ ଥାନାକୁ ଆଣିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ସମ୍ବଲପୁର ସର୍କଲ ଜେଲ ରେ ୯୦୦ ପାଖାପାଖି କୁଖ୍ୟାତ ଅପରାଧୀ ରୁହନ୍ତି ।