
ସୁନ୍ଦରଗଡ଼,୨୮/୦୨/୨୧ (ଜିଲ୍ଲା ଖବର) : ମୃତଦେହ ରଖି ଥାନା ଆଗରେ ଧାରଣା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଝିରପାଣି ଥାନା ସମ୍ମୁଖରେ । ସୂଚନା ଅନୁସାରେ, ଗତ 23 ତାରିଖରେ ସେକ୍ଟର-20 ବୈକୁଣ୍ଠ ଘାଟ ନିକଟରେ ଚାଲିଥିଲା ପାର୍କର ପାଚେରୀ କାମକୁ ନେଇ ଠିକା ସଂସ୍ଥାର କିଛି କର୍ମଚାରୀଙ୍କ ସହ ବଚସା ହୋଇଥିଲା । ଠିକା ସଂସ୍ଥାର କର୍ମଚାରୀ ମାନସ ନାୟକ, ଜିତେନ୍ଦ୍ର ତନ୍ତୀ, ଅଜୟ ମଲିକଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ ହୋଇଥିଲା । ପରେ ଏହି ତିନିଜଣ ମୁନା ମଲିକଙ୍କୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଗୁରୁତର ଅବସ୍ଥାରେ ପ୍ରଥମେ RGH ପରେ IGH ନିଆଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପଟେ ପୋଲିସ ତିନି ଜଣଙ୍କ ବିରୋଧରେ 307 ଦଫା ରୁଜୁ କରି ଜେଲ ପଠାଇଦେଇଛି । ଯାହାକୁ ନେଇ ପରିବାର ଲୋକେ କ୍ଷତିପୂରଣ ଦାବିରେ ଥାନା ଆଗରେ ଧାରଣା ଦେଇଛନ୍ତି ।



