Home ଆଞ୍ଚଳିକ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, 3ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା...

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, 3ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍‌

23

 ମୟୂରଭଞ୍ଜ, ୨୮/୦୨/୨୧ (ଜିଲ୍ଲା ଖବର) : ମୟୂରଭଞ୍ଜ ଝାରପୋଖରିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲା ।  3ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରପୋଖରିଆ ପୋଲିସ । ଝିଅଟି ଝାରପୋଖରିଆ ଥାନା ଅଧୀନରେ ମାମୁଁ ଘରେ ରହି ପାଠ ପଢ଼ୁଥିଲା । ଗତ 21 ତାରିଖ ରାତିରେ ଝାରପୋଖରିଆ ଥାନା ଅଞ୍ଚଳରୁ 3 ଯୁବକ ନାବଳିକାଙ୍କୁ ଅପହରଣ ଅପହରଣ କରି ଭୁବନେଶ୍ୱର ନେଇ ଯାଇଥିଲେ । 22 ତାରିଖରେ ନାବଳିକାଙ୍କ ପରିବାର ନାବଳିକାଙ୍କୁ ନପାଇ ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏ ନେଇ ଝାରପୋଖରିଆ ପୋଲିସ ଏକ ମାମଲା ରୁଜୁ କରି ଗାଡ଼ିର  ଡ୍ରାଇଭରକୁ ଥାନାରେ ଅଟକ ରଖି ପଚାରାଉଚୁରା କରିଥିଲା । ପରେ ନାବଳିକା  ଭୁବନେଶ୍ୱରରେ ଥିବା ସୂଚନା ପାଇ  ସ୍ଥାନୀୟ ପୋଲିସ ସହାୟତାରେ ନାବଳିକାକୁ ଉଦ୍ଧାର କରିଛି ପୋଲିସ । ଯୁବକଙ୍କ ବିରୋଧରେ ପୋକସ ଆକ୍ଟରେ ମାମଲା ରୁଜୁ ହୋଇଛି ।