ସାତକେୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ

13

କଟକ ୨୮/୦୨/୨୧ (ଜିଲ୍ଲା ଖବର) : ସାତକେୋଶିଆ ଇକୋ ରିଟ୍ରିଟରେ ଘଟିଛି ଅଗ୍ନିକାଣ୍ଡ । କଟକ ଜିଲ୍ଲା ନରସିଂହପୁର ବ୍ଲକର କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟ ର ସାତକୋଶିଆ ଗଣ୍ଡ ଠାରେ ଥିବା ଇକୋ ରିଟ୍ରିଟରେ ଭୟାବହ ଅଗ୍ନିକାଣ୍ଡ । ୩ ଟି ଟେଣ୍ଡ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ କରିଛନ୍ତି ଅଗ୍ନିଶମ ବିଭାଗ ।   ସୂଚନାନୁସାରେ, ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ଏନେଇ ଆଇପିଏସ ସଞ୍ଜୀବ ପଣ୍ଡା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି। ଏହାସହ କାହାରି କୌଣସି କ୍ଷତି ହୋଇନଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ସଞ୍ଜୀବ।ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ କୌଣସି ଧନଜୀବନ ହାନୀ ହୋଇ ନଥିବା ସୂଚନା ମିଳିଛି ।