Thursday, November 12, 2026
Home ଆଞ୍ଚଳିକ ଏକ ବିରଳ ବାହାଘର କନ୍ୟା ପିତା ହେଲେ ନିଜେ ଗଞ୍ଜାମ ଜିଲ୍ଲାପାଳ

ଏକ ବିରଳ ବାହାଘର କନ୍ୟା ପିତା ହେଲେ ନିଜେ ଗଞ୍ଜାମ ଜିଲ୍ଲାପାଳ

54

ଗୋପାଳପୁର,୨୭/୦୨(ଜିଲ୍ଲା ଖବର) : ପ୍ରାପ୍ତ ବୟସ୍କ ହେଲେ ପୁରୁଷ ଓ ସ୍ତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେବା ସମାଜର ରୀତିନୀତି ରହିଛି । ଏ ଦାୟିତ୍ୱ ନେଇଥାନ୍ତି ପରିବାରବର୍ଗ । କିନ୍ତୁ କୌଣସି ଏକ ରୋଗରେ ସଂକ୍ରମିତ ହେଲେ ସାଧାରଣରେ ସମସ୍ଥେ ନାକ ଟେକିଥାନ୍ତି । ସମାଜରେ ଡୀବନ ଦୁର୍ଲଭ ହୋଇପଡିଥାଏ । କିନ୍ତୁ ଗଞାମ ଜିଲ୍ଲା ପ୍ରଶାସନ ର ପ୍ରୟାସ ଏବଂ ନବ ଦମ୍ପତ୍ତି ଇଚ୍ଛା ଅନୁସାରେ ଗୋପାଳପୁର ଶ୍ରଦ୍ଧାସଞିବନୀ ଶିଶୁଯତ୍ନ ଗୃହରେ ଆଜି ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଆସନ୍ତୁ ଦେଖିବା ଏ ସଂପର୍କରେ ଏକ ରିପୋର୍ଟ ।

ଭି .ଓ – ୧ – ଏ ହେଉଛି ଗୋପାଳପୁର ଶ୍ରଦ୍ଧାସଞିବନୀ ଶିଶୁଯତ୍ନ ଗୃହ। ଏଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ବାହାଘର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ୍ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭି ଡି ଓ କନଫରେନ୍ସିଂ ମାଧ୍ଯମରେ ବାହାଘର କରେଇବା ସହ ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ୍ ସହ ଶୁଭ ଜଣାଇଥିଲେ । ଭୁବନେଶ୍ବର ଆସିଲେ ସାକ୍ଷାତ କରିବାକୁ ମୁଖ୍ୟମନ୍ତ୍ରୀ ନବ ଦମ୍ପତ୍ତିଙ୍କୁ ନିମନ୍ତ୍ରଣ ମଧ୍ଯ କରିଲେ ।
ଗୋପାଳପୁର ରେ ଶ୍ରଦ୍ଧା ସଞିବନୀ ଶିଶୁ ଯତ୍ନ ଗୃହ ମୁଖ୍ୟମନ୍ତ୍ରୀ ଙ୍କ ଡ୍ରିମ୍ ପ୍ରକଳ୍ପ ।ନବ ଦମ୍ପତ୍ତି ଏଠାରେ ପାଠ ପଢିବା ସହ ଆତ୍ମ ନିର୍ଭରଶୀଳ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଇଚ୍ଛା ପ୍ରକାରେ ବିବାହର ଆୟୋଜନ କରାଯାଇଥିବା ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।ଏଭଳି ନିଆରା ବାହାଘରରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ଉନୟନ ପ୍ରକଳ୍ପ ନିର୍ଦେଶକ ସିଂନ୍ଧେ ଦାତ୍ରୟ ରାୟ ଉପ ଜିଲ୍ଲା ପାଳ ଭି. କୀର୍ତି ଭାଷାନ, ମହାନଗର କମିଶନର ଶୀଧେଶ୍ୱର ବଳିରାମ, ମୁଖ୍ୟ ଚିକିତ୍ସା ଅଧିକାର ଉମାଶଙ୍କର ମିଶ୍ର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସହ ପ୍ରଶାସନ ବହୁବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ସମସ୍ଥେ ବେଶ୍ ପ୍ରଶଂସା କରିଛନ୍ତି ।
ରିପୋର୍ଟ କୁନା ମିଶ୍ର ବ୍ରହ୍ମପୁର