Tuesday, November 17, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ ଓ ମା ଦକ୍ଷିଣ...

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ ଓ ମା ଦକ୍ଷିଣ କାଳୀ ମନ୍ଦିର ରୁ ଚୋରି

124

ବାଲିଗୁଡା,୨୭/୦୨{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ ମନ୍ଦିର ଓ ମା ଦକ୍ଷିଣ କାଳୀ ମନ୍ଦିରର ତାଲା ଭାଙ୍ଗି ଲୁଟ ହୋଇଥିବା ଅଭିଯୋଗ ହୋଇଛି I ଯାହା ପାଇଁ ଅଞ୍ଚଳରେ ଭକ୍ତମାନଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି I ଘଟଣା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଠାରୁ ମାତ୍ର ଅଳ୍ପ ଦୁରରେ ଜଗନ୍ନାଥ ମନ୍ଦିର ଓ ମା ଦକ୍ଷିଣ କାଳୀ ମନ୍ଦିର ଅବସ୍ଥିତ I ହେଲେ ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ମନ୍ଦିରରୁ ଟଙ୍କା ସମେତ ବହୁ ମୂଲ୍ୟବାନ ସମ୍ପଦ ଚୋରି ହୋଇ ଥିବା ସମ୍ପର୍କରେ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି I ଅଭିଯୋଗ ଅନୁସାରେ ଦୁର୍ବୃତ୍ତ ମାନେ ଜଗନ୍ନାଥ ମନ୍ଦିର ଦାନହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି ଏବଂ ମା ଦକ୍ଷିଣ କାଳୀ ମନ୍ଦିର ମୁଖ୍ୟ ଦ୍ଵାରର ତାଲା କାଟି ସୁନା ମଙ୍ଗଳସୁତ୍ର, ପିତଳ ହାର ସମେତ ବହୁ ମୂଲ୍ୟବାନ ସମ୍ପଦ ଲୁଟ କରିଛନ୍ତି I ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନା ପୁଲିସ ପହଞ୍ଚି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି I